ଟିପିଏସ୍‌ଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ; ୫୫ ୟୁନିଟ ରକ୍ତ ସଂଗ୍ରହ

ଜୟପୁର: ଟିପିଏସ୍‌ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ପକ୍ଷରୁ ଜୟପୁରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସାମାଜିକ ଦାୟିତ୍ୱବୋଧ ପ୍ରତିପାଦନ ସହ ନିଜ ସମ୍ପ୍ରଦାୟକୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଏହି ରକ୍ତଦାନ ଶିବିରରେ କମ୍ପାନୀର କର୍ମଚାରୀମାନେ ସ୍ୱେଚ୍ଛାସେବୀ ଦାୟିତ୍ୱ ସମ୍ପାଦାନ କରିଥିବା ବେଳେ ସମୁଦାୟ ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ରକ୍ତଦାନ ଶିବିରର ଆୟୋଜନ କରି କମ୍ପାନୀ ଗୋଷ୍ଠୀ ତଥା ସାମାଜିକ କଲ୍ୟାଣ କ୍ଷେତ୍ରରେ ନିଜ ସଫଳତା ତାଲିକାରେ ଏକ ନୂଆ ଫର୍ଦ୍ଦ ଯୋଡିପାରିଛି । ଟିପିଏସ୍‌ଓଡିଏଲ୍ ସଦାସର୍ବଦା ସମାଜରେ ଏକ ସକାରାତ୍ମକ ପରିବର୍ତନ ଆଣିବା ସହ ସହଯୋଗପୂର୍ଣ୍ଣ କାର୍ଯ୍ୟକଳାପ ପାଇଁ ପ୍ରତିବଦ୍ଧ ରହିଛି ।

ଟିପିଏସ୍‌ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ,” ଏହି ରକ୍ତଦାନ ଶିବିର, ସମାଜର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରତି କମ୍ପାନୀର ଥିବା ନିଷ୍ଠାପର ସହଯୋଗୀ କାର୍ଯ୍ୟକଳାପକୁ ପ୍ରମାଣିତ କରୁଛି । ସେହିଭଳି କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନ ସମାଜର ଉନ୍ନତି କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଶିବିରରେ ଜୟପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ମନ୍ମଥ ନାଥ ମିଶ୍ର ଓ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀଙ୍କ ସମେତ ସିଏସଆର୍ ବିଭାଗର ମୁଖ୍ୟ ରନ୍ଧୀର କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଅଗ୍ରଣୀ ଓଡ଼ିଆ ଖବରକାଗଜ ‘ସମ୍ବାଦ’ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଶାଖା ‘ଆମ ଓଡିଶା’ ଓ ଜୟପୁରସ୍ଥିତ ସରକାରୀ ରକ୍ତ ଭଣ୍ଡାରର ସହଭାଗିତାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

two × five =