ସୋନି ପକ୍ଷରୁ ଓୟାରଲେସ୍ ନଏଜ୍ କ୍ୟାନ୍‌ସେଲିଂ ଗେମିଂ ଇୟରବଡ୍ “ଇନ୍‌ଜୋନ୍ ବଡ୍‌ସ” ଉନ୍ମୋଚିତ

ଭୁବନେଶ୍ୱର: ସୋନି ପକ୍ଷରୁ ନୂଆ ଓୟାରଲେସ୍ ନଏଜ୍ କ୍ୟାନ୍‌ସେଲିଂ ସୁବିଧା ଥିବା ଗେମିଂ ଇୟରବଡ୍ ଇନ୍‌ଜୋନ୍ ବଡ୍‌ସକୁ ଉନ୍ମୋଚନ କରାଯାଇଛି । ଏଥିରେ ଥିବା ବ୍ୟାଟେରି ୧୨ ଘଂଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ଏବଂ ତାହାକୁ ବ୍ୟବହାର କରି ପିସି, ମୋବାଇଲ୍ ଓ ଗେମ୍ କନ୍‌ସୋଲ୍‌ରେ ଗେମ୍ ଖେଳିହେବ । ଫନାଟିକ୍ ନାମକ ଇସ୍ପୋର୍ଟସ୍ ଟିମ୍ ସହ ସହଯୋଗିତାରେ ଇନ୍‌ଜୋନ୍ ବଡ୍‌ସ୍‌କୁ ପ୍ରସ୍ତୁତ କରାଯାଇଛି ଯାହା ୨୦୨୪ରେ ଏହାର ପରିଚାଳନାର ୨୦ ବର୍ଷ ପୂର୍ତି ପାଳନ କରୁଛି ।
ଏହି ଇୟରବଡ୍‌ର ବିଶେଷତ୍ୱ ହେଉଛି, ଏଥିରେ ବାହ୍ୟ କୋଳାହଳର ପ୍ରଭାବ କମ୍ ରହିବ । ଶିଳ୍ପର ଅଗ୍ରଣୀ ପ୍ରଯୁକ୍ତି ଓ ସହଯୋଗିତା ଡିଜାଇନ୍‌କ ନେଇ ଏହା ଚମତ୍କାର ଅଡିଓ ଅନୁଭୂତି ପ୍ରଦାନ କରିବ । ଏଥିରେ ରହିଛି ଅଳ୍ପ ବ୍ୟାଟେରି ବ୍ୟବହାର କରୁଥିବା ଏଲ୍‌୧ ପ୍ରୋସେସର ଯାହାକୁ ୧୨ ଘଂଟା ପର୍ଯ୍ୟନ୍ତ ବ୍ୟବହାର କରିହେବ । ଏଥିରେ ଥିବା ଶୀଘ୍ର ଚାର୍ଜ ସୁବିଧା ଯୋଗୁଁ ତାହାକୁ ୫ ମିନିଟ୍ ଚାର୍ଜ କଲେ ତାହାକୁ ଏକ ଘଂଟା ବ୍ୟବହାର କରିହେବ ।
ଗେମ୍ ଖେଳିବା ବେଳେ ଆରାମଦାୟକ ଅନୁଭବକୁ ବଢ଼ାଇବା ଲାଗି ଏହା କାନ ସହ କମ୍ ସ୍ପର୍ଶରେ ରହିବ । ଏହା ହାଲୁକା ହୋଇଥିବା ବେଳେ ସମ୍ପୂର୍ଣ୍ଣ ଓୟାରଲେସ୍ ହୋଇଥିବାରୁ ଉତମ ଅନୁଭୂତି ପ୍ରଦାନ କରୁଛି । ଇନ୍‌ଜୋନ୍ ବଡ୍‌ସ କେବଳ ୟୁଏସ୍‌ବି ଟାଇପ୍‌-ସି ଡଙ୍ଗଲ ଏବଂ ବ୍ଲୁ ଟୁଥ୍ ଏଲ୍‌ଇ ଅଡିଓ କନେକ୍ସନରେ ୨.୪ ଗିଗାହର୍ଜ ଓୟାରସେ୍ କନେକ୍ସନ୍‌କୁ ସପୋର୍ଟ କରିବ ।
ଏଥିରେ ରହିଛି ଆର୍ଟିଫିସିଆଲ ଇଂଟେଲିଜେନ୍ସର ଶକ୍ତି ଥିବା ମାଇକ୍ରୋଫୋନ୍ । ଏହାର ଲାଟେନ୍‌ସି ହାର ମଧ୍ୟ ବହୁତ କମ୍ । ପ୍ରଫେସନାଲ୍ ଗେମରମାନଙ୍କ ସହଯୋଗରେ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଆଙ୍ଗୁଠିରେ ଏହାକୁ ନିୟନ୍ତ୍ରଣ କରିବା ସୁବିଧା ରହିଛି । ଇନ୍‌ଜୋନ୍ ହବ୍ ସଫ୍ଟଓୟାର ଜରିଆରେ ଗ୍ରାହକମାନେ ନିଜକୁ ସୁହାଇବା ଭଳି ସେଟିଂ ସେଥିରେ କରିପାରିବେ ଯାହା ସାମଗ୍ରିକ ଗେମିଂ ଅନୁଭୂତିକୁ ଏକ ନୂତନ ସ୍ତରକୁ ନେଇଯିବ ।
ଏହି ଉତ୍ପାଦ ଏବଂ ଏହାର ପ୍ୟାକେଜିଂରେ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇଛି । କେବଳ ରିସାଇକଲ୍ ହୋଇପାରୁଥିବା ଉପାଦାନରେ ତାହାର ପ୍ୟାକେଜିଂ କରାଯାଇଛି । ଏହାର ହେଡ୍‌ସେଟ୍ ବଡି, କେସ୍ ଏବଂ ୟୁଏସ୍‌ବି ଟ୍ରାନ୍ସିଭରରେ ରିସାଇକଲ୍‌ଡ ପ୍ଲାଷ୍ଟିକ୍ ବ୍ୟବହୃତ ହୋଇଛି ।
ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ, ସପଆଟଏସ୍‌ସି ଡଟ୍ କମ୍ ପୋର୍ଟାଲ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ ଏବଂ ଇ-କମର୍ସ ସାଇଟ୍‌ଗୁଡ଼ିକରେ ୨୦୨୪ ଜାନୁଆରି ୧୬ରୁ ୧୭,୯୯୦ ଟଙ୍କାରେ କଳା ଓ ଧଳା ରଙ୍ଗରେ ଇନ୍‌ଜୋନ୍ ବଡ୍‌ସ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

eleven + 20 =