Business

ଗୋଦରେଜ୍ ପକ୍ଷରୁ ଏଲ୍‌ଜିବିଟିକ୍ୟୁଆଇଏ+କୁ ନେଇ ପ୍ରାଇଡ୍ ମାର୍ଚ ଆୟୋଜିତ

ଭୁବନେଶ୍ୱର: ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌ର ଏହାର ମୁଖ୍ୟ କାର୍ଯ୍ୟାଳୟ ଗୋଦରେଜ୍ ୱାନ୍‌ରେ ଏକ ପ୍ରାଇଡ୍ ମାର୍ଚ ଆୟୋଜନ କରାଯାଇଥିଲା ଯାହାର ନେତୃତ୍ୱ ନେଇଥିଲେ ମନିଶ ଶାହ ଗୋଦରେଜ୍ କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ। ଏଥିରେ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଲ୍‌ଜିବିଟିକ୍ୟୁଆଇଏ+ ପ୍ରତି ଏହି ମାର୍ଚ ଏକ ଶକ୍ତିଶାଳୀ ସମର୍ଥନ ଥିଲା।
ଗୋଦରେଜ୍ ଆଟ୍ ପ୍ରାଇଡ୍ ୨୦୨୫ କାର୍ଯ୍ୟକ୍ରମ ଅବସରରେ ୱେଷ୍ଟବୁକ୍‌ସ ସହଯୋଗିତାରେ କ୍ୱିର୍ ଡିରେକ୍ସନ୍ସ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ଯାହା କ୍ୱିର୍ ସମୁଦାୟର ସ୍ୱର ଓ ବର୍ଣ୍ଣନା ପ୍ରସାର କରିବ। ପିଚ୍ ବଜାର ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଯେଉଁଥିରେ କ୍ୱିର୍ ଲେଖକମାନଙ୍କୁ ପ୍ରକାଶକ ଓ ଗଣମାଧ୍ୟମ ପ୍ରତିିନିଧିଙ୍କ ସହ ଯୋଡ଼ିହେବାର ସୁଯୋଗ ପ୍ରଦାନ କରାଯାଥିଲା। କ୍ୱିର୍‌ମାନଙ୍କ ଦ୍ୱାରା ପରିଚାଳନା କ୍ଷୁଦ୍ର ବ୍ୟବସାୟର ଉତ୍ପାଦଗୁଡ଼ିକୁ ମଧ୍ୟ କ୍ୱିର୍ ବଜାରରେ ପ୍ରଦର୍ଶନ କରାଯାଇଥିଲା।
ଗୋଦରେଜ୍ ପ୍ରପର୍ଟିଜ୍ ଲିମିଟେଡ୍ ଦ୍ୱାରା ସମର୍ଥିତ କାର୍ଯ୍ୟକ୍ରମ “ଝୁମକେୱାଲି’ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହି ଉତ୍ସବ ପାଳନ ଶେଷ ହୋଇଥିଲା ଯାହା ୧୯୭୦ରେ ଲେସବିଆନମାନଙ୍କ ପ୍ରଥମ ପ୍ରେମ ଓ ନିଜକୁ ଜାଣିବାର କାହାଣୀ କରିଥିଲା। ବିଭିନ୍ନ ଭାରତୀୟ ଭାଷାରେ ତାହା ଉପସ୍ଥାପନ କରାଯାଇଥିଲା।
ଏହି ଅବସରରେ ଗୋଦରେଜ୍ ଡିଇଆଇ ଲ୍ୟାବ୍ ଓ କ୍ୱିରସ୍ତାନର ଲେଖକ ପର୍ମେଶ ସାହାଣୀ କହିଛନ୍ତି ଯେ, “ଏହି ଉତ୍ସବ ପାଳନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କେବଳ ରେନ୍‌ବୋ ପତାକାଠାରୁ ଆଗକୁ ବଢ଼ି ବାସ୍ତବ ସୁଯୋଗ ସୃଷ୍ଟି କରିବା ବିଷୟରେ ଥିଲା। ଯେତେବଳେ କ୍ୱିର୍ ଲେଖକମାନେ ବିଶ୍ୱାସର ସହ ସେମାନଙ୍କ କାହାଣୀକୁ ଶିଳ୍ପ ପ୍ରଫେସନାଲମାନଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ, ଯେତେବେଳେ ଛୋଟ କ୍ୱିର୍ ବ୍ୟବସାୟୀମାନେ ନିଜ କାମକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ, ସେତେବେଳେ ଜଣାପଡ଼ିଲା, ଅନ୍ତର୍ଭୁକ୍ତୀକରଣ କଣ। ଆମେ କେବଳ ବିବିଧତା କଥା କହୁନାହୁଁ, ଆମେ କ୍ୱିର୍ ସ୍ୱରକୁ ସଫଳ କରିବା ଲାଗି ପଥ ସୃଷ୍ଟି କରିବା କଥା କହୁଛୁ।’’
ୱେଷ୍ଟ୍‌ଲ୍ୟାଣ୍ଡ୍ ବୁକ୍‌ସର ପ୍ରକାଶକ କର୍ôଥକା ଭି କେ କହିଛନ୍ତି ଯେ, “କ୍ୱିର୍ ଡିରେକ୍ସନ୍‌ସର ଶୁଭାରମ୍ଭ ଆମ ବିଶ୍ୱାସକୁ ଉପସ୍ଥାପନ କରିଛି ଯେ ଶ୍ରେଷ୍ଠ କାହାଣୀ ପାଇଁ ଶ୍ରେଷ୍ଠ ମଂଚ ଦରକାର। ଏହା କେବଳ ପ୍ରକାଶ କରିବା ନୁହେଁ, ବରଂ ଭାରତୀୟ ସାହିତ୍ୟରେ କ୍ୱିର୍ କାହାଣୀ ଯେଭଳି ତାହାର ସଠିକ୍ ସ୍ଥାନ ପାଇପାରିବ ଏବଂ ପାଠକମାନଙ୍କ ପାଖରେ ପହଂଚିପାରିବ ତାହା ନିଶ୍ଚିତ କରିବା ଲାଗି ଏହା ଏକ ସଠିକ୍ ସ୍ଥାନ ଥିଲା।”

Share

Leave a Reply

Your email address will not be published. Required fields are marked *

twenty − 15 =