ଟିପିଏନ୍ଓଡିଏଲ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ତଥା ଦୀର୍ଘସ୍ଥାୟୀ ପ୍ରଗତିର ସଙ୍କଳ୍ପ ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ବାଲେଶ୍ବର ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟ ତଥା ଅନ୍ୟ ପ୍ରମୁଖ କାର୍ଯ୍ୟାଳୟଗୁଡିକରେ ୮୦ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ସଂସ୍ଥାର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଅଧିକାରୀ, କର୍ମଚାରୀ ତଥା ଉପଭୋକ୍ତାମାନଙ୍କ ଉପସ୍ଥିତିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସ୍ଵାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ଆଦର୍ଶ ଓ ବଳିଦାନକୁ ସମ୍ମାନପୂର୍ବକ ଏକ ସମନ୍ଵିତ, ନ୍ୟାୟପୂର୍ଣ୍ଣ ଏବଂ ସମୃଦ୍ଧ ଦେଶଗଠନରେ ଭାଗୀଦାରୀ ହେବାପାଇଁ ଆହ୍ଵାନ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ, ସାଲିସବିହୀନ ସୁରକ୍ଷା ମାନଦଣ୍ଡ, ଉନ୍ନତ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଏବଂ ଏକ ଉତ୍ସର୍ଗୀକୃତ ଉପଭୋକ୍ତା-ପ୍ରଥମ ନୀତି ମାଧ୍ୟମରେ ଆଞ୍ଚଳିକ ତଥା ଜାତୀୟ ଅଭିବୃଦ୍ଧିକୁ ଆଗେଇ ନେବାରେ ଟିପିଏନ୍ଓଡିଏଲ୍ ସର୍ବଦା କାର୍ଯ୍ୟରତ ରହିଛି । ଶ୍ରୀ ତ୍ୟାଗୀ ଗୁରୁତ୍ୱାରୋପ କରିଥିଲେ ଯେ ରୁଫ୍ ଟପ୍ ସୋଲାର ଆପଣାଇବା ଦ୍ଵାରା ଉପଭୋକ୍ତମାନେ ଆର୍ଥିକ ଉପକୃତ ହେବା ସହ ପରିବେଶ ସୁରକ୍ଷା ଏବଂ ଶକ୍ତି ଆତ୍ମ-ନିର୍ଭରଶୀଳତା ଦିଗରେ ମଧ୍ୟ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇ ଥାଏ।
ଏହି ଅବସରରେ ଟିପିଏନ୍ଓଡିଏଲ୍ ପକ୍ଷରୁ ପାଞ୍ଚଟି ବୈଦ୍ୟୁତିକ ମଣ୍ଡଳର ୨୦ ଜଣ ଉପଭୋକ୍ତାଙ୍କୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲଏ ମଡେଲ ଅଧୀନରେ ରୁଫଟପ୍ ସୋଲାର୍ ସ୍ଥାପନ ସହ ଅଞ୍ଚଳରେ ସଚେତନ ବୃଦ୍ଧି କରିବା ନେଇ “ସୋଲାର ଚାମ୍ପିୟନ୍” ଭାବରେ ସମ୍ବର୍ଦ୍ଧିତ କରଯାଇଥିଲା । ଏହା ସହିତ ଉତ୍ତର ଓଡିଶାରେ ରୁଫଟପ୍ ସୋଲାର୍ ଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ତୃଣମୂଳ ସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ବିଦ୍ୟୁତ ସେବା ପ୍ରଦାନରେ ଗୁଣାତ୍ମକ ଉନ୍ନତି, ସ୍ଥାୟିତ୍ଵ ଉଦ୍ୟମ, ସୁରକ୍ଷା ସମେତ ଗ୍ରାହକ-କେନ୍ଦ୍ରିକତା ଭଳି ମୂଳ ସାଂଗଠନିକ ମୂଲ୍ୟବୋଧକୁ ବଜାୟ ରଖି ଉତ୍ତର ଓଡ଼ିଶାକୁ ଆଲୋକିତ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ସମାବେଶରେ ଦୃଢ ଶପଥ ନେଇଥିଲେ I

