ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ଏନଆଇଏନଏଲ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

~ ରକ୍ତଦାନ ଶିବିରରେ ୨୧୧ ୟୁନିଟ୍ ରକ୍ତ ସଂଗ୍ରହ
କଳିଙ୍ଗନଗର, ଅଗଷ୍ଟ ୧୬,୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ଶନିବାର ଦିନ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ, ଅପରେସନ୍ସ, ଉତ୍ତମ ସିଂହ, ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିଅନର ବରିଷ୍ଠ ଅଧିକାରୀ ତଥା ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଉତ୍ସବ ଅବସରରେ ସୁରକ୍ଷା ବାହିନୀ ଦ୍ୱାରା ପ୍ରଦର୍ଶିତ ପରେଡ୍ ଏବଂ ଡ୍ରିଲ୍ ଉପସ୍ଥିତ ଅତିଥିମାନଙ୍କୁ ବିମୋହିତ କରିଥିଲା। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସୁରକ୍ଷା ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା। ଏହି ଉତ୍ସବର ଏକ ଅଂଶ ଭାବରେ, ପୂର୍ବ ଦିନ ଟିଏସକେର କୋଲ୍ଡ ରୋଲିଂ ମିଲ୍ର ଯୁଗ୍ମ ବିକାଶ ପରିଷଦ ପକ୍ଷରୁ ପ୍ଲଟ୍-୨ ଅଡିଟୋରିୟମରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଯେଉଁଥିରେ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ମିଶାଇ ୨୧୧ ରୁ ଅଧିକ ବ୍ୟକ୍ତି ଉତ୍ସାହର ସହିତ ରକ୍ତଦାନ କରିଥିଲେ।
ସେହିପରି ନୀଳାଚଳ ଇସ୍ପାତ ନିଗମରେ ଏନଆଇଏନଏଲର,ଏମ୍ଡ଼ି ତଥା ସିଏଇଓ ପଦ୍ମପାଳ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ।
ଏଥି ସହିତ ବ୍ରାହ୍ମଣୀପାଳ ସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫଏପି) ଠାରେ ମଧ୍ୟ ଏକ ପତାକା ଉତ୍ତୋଳନ ଉତ୍ସବ ଆୟୋଜିତ ହୋଇଥିଲା, ଯେଉଁଠାରେ ଏଫଏପି ବ୍ରାହ୍ମଣୀପାଳର ମୁଖ୍ୟ ଆଦର୍ଶ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ।

