ପ୍ଲାଷ୍ଟିକ ପତାକା ବ୍ୟବହାର ଉପରେ ଲାଗିନି କଟକଣା

ଭୁବନେଶ୍ବର () ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହେବ। ତେବେ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡ଼ାଇବା ନେଇ କୌଣସି ସୂଚନା ମିଳିପାରିନାହିଁ। କାରଣ ଏବେ ବି ରାଜ୍ୟର ବିଭିନ୍ନ ରାସ୍ତାକଡ ଦୋକାନରେ ପ୍ଲାଷ୍ଟିକ ପତାକା ମିଳୁଛି । ଏମିତି ବି ଫ୍ଲାଗ କୋଡ ଅନୁଯାୟୀ ଜାତୀୟ ପତାକା କେବଳ ଖଦି କନାରେ ପ୍ରସ୍ତୁତ ହୋଇଥିବା ବାଧ୍ୟତାମୂଳକ ।

ତିନି ଦିନ ତଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲକୁ ସ୍ବାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ନଉଡ଼ାଇବା ପାଇଁ ଏକ ଚିଠି ଲେଖିଥିଲା। ତେବେ ଏହା ପରେ ଓଡ଼ିଶାରେ ପ୍ଲାଷ୍ଟିକ ପତାକା ଉଡ଼ିବ କି ନାହିଁ ତାହା ଜଣାପଡିନାହିଁ। ଜାତୀୟ ସ୍ତରର ଏକ ରିପୋର୍ଟ ଅନୁସାରେ ଭାରତରେ ସର୍ବାଧିକ ପ୍ଲାଷ୍ଟିକ ପତାକା ବିକ୍ରି ହେଉଛି। ତେଣୁ ଚଳିତ ଥର ମଧ୍ୟ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିପାରେ। ଯଦି ଏପରି ହୁଏ ତେବେ ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନର ଅବମାନନା ହୋଇପାରେ। ୨୦୧୫ରେ ଦେଶରେ ପ୍ଲାଷ୍ଟିକ ପତାକା ବିକ୍ରି କରାଯିବା ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମ କି କୌଣସି ରାଜ୍ୟ ମାନି ନଥିବା ଦେଖାଦେଇଛି। ତେଣୁ କେନ୍ଦ୍ର ସରକାର ପୁଣି ଥରେ ଏହା ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି। ତେବେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କାଗଜ ପତାକା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟରେ ଏହାକୁ ବ୍ୟାନ କରାଯିବ କି ନାହିଁ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି।

Share

Leave a Reply

Your email address will not be published. Required fields are marked *

15 − 2 =