ସମ୍ବୃଦ୍ଧି ଓ ଶକ୍ତିଶାଳୀ ଓଡିଶା ଗଠନ ଲକ୍ଷ

ଭୁବନେଶ୍ବର () ରାଜଧାନୀ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଓ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ବେ ବେଶ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୁଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ରମାଦେବୀ, ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଭଳି ଦେଶଭକ୍ତଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ସ୍ବାଧୀନତା ସଂଗ୍ରାମ ପରି ଦେଶ ବିକାଶରେ ଏବେ ଓଡିଶାର ବଳିଷ୍ଠ ଯୋଗଦାନ ରହିଛି । ବିଭିନ୍ନ କ୍ଷେତ୍ରରେ ପ୍ରଗତିରେ ଦେଶରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ସେ କହିଥିଲେ ଯେ, ଶାନ୍ତି ହେଉଛି ଆମ ବିକାଶର ଆଧାର । ଭିତ୍ତିଭୂମୀର ବିକାଶ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ହେଉଛି ଆମ ପ୍ରଗତିର ମୂଳମନ୍ତ୍ର । ଓଡିଶା ଆଜି ଆଗକୁ ବଢୁଛି ଏବଂ ଆହୁରି ବିକଶିତ ହେବ । ଏଥିପାଇଁ ସରକାର ସବୁ ବେଳେ ମହିଳା, ଚାଷୀ ଓ ଯୁବ ସମାଜର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟର ବିକାଶ ପାଇଁ ସରକାର ଗ୍ରହଣ କରୁଥିବା କାର୍ଯ୍ୟକ୍ରମ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢୁଛି  । ଦେଶ ବିକାଶରେ ଓଡିଶା ତାର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି  । ଏହିଦୃଷ୍ଟିରୁ ଏକ ସମ୍ବୃଦ୍ଧ ଓ ଶକ୍ତିଶାଳୀ ଓଡିଶା ଗଠନରେ ସେ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + nineteen =