Friday, October 30, 2026
Latestରାଜ୍ୟ

ହୋମ୍ କ୍ୱାରେଣ୍ଟାଇନରେ ଭିନିଲକ୍ରିଷ୍ନା

ଭୁବନେଶ୍ୱର() ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଲେ ଆଇଏଏସ ଆର ଭିନିଲକ୍ରିଷ୍ନା । ଆଜି ସେ ବିଦେଶରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ନା ସୂଚନା ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି, ବିଦେଶରୁ ଫେରି ସରକାରଙ୍କ ୱେବସାଇଟରେ ରେଜିଷ୍ଟି୍ର କରିଛି । ସୁସ୍ଥ ଥିଲେ ବି ଗାଡଲାଇନ ଅନୁସାରେ କ୍ୱାରେଣ୍ଟାଇନରେ ଅଛି ।

ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି। ଏହି ପୋର୍ଟାଲରେ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲେ ରାଜ୍ୟ ସରକାର। ଯେଉଁମାନେ ରେଜିଷ୍ଟ୍ରେସନ କରି ହୋମ୍ ଆଇସୋଲେସନରେ ରହିବେ, ସେମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ମିଳିବ। ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି ଗତକାଲି ଚେତାବନୀ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

18 − 5 =