୨ ଦିନରେ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ

ପୁରୀ () ୨ ଦିନରେ ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ପାଇଁ ଆଗାମୀ ୨ ଦିନ ଭିତରେ ସବୁ ପର୍ୟ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ହୋଟେଲ ଖାଲି କରିବା ପାଇଁ ପର୍ୟ୍ୟଟକଙ୍କୁ କୁହାଯାଇଛି । ଆଗୁଆ ହୋଟେଲ ବୁକ୍ କରିଥିବା ପର୍ୟ୍ୟଟକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପୁରୀ ହୋଟେଲ ସଂଘ ନିଷ୍ପତି ନେଇଛି ।

ସେପଟେ ପୁରୀ ଜିଲ୍ଲା ପ୍ରଶାସନ ବେଳାଭୂମିରେ ୧୪୪ ଧାରା ଜାରି କରିଛି। ଏହି ଅଞ୍ଚଳରେ ପର୍ୟ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲିରେ କଟକଣା ଲଗାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 3 =