ଗୋରାରୁ ଶ୍ୟାମଳ ହୋଇଯିବେ ଏହି ସବୁ ଖାଦ୍ୟ ଖାଇଲେ, ଜାଣନ୍ତୁ

ଯଦି ଆପଣଙ୍କୁ ଅନୁଭବ ହେଉଛି ଦିନକୁ ଦିନ ଆପଣଙ୍କ ଚେହେରାର ରଙ୍ଗ ଶ୍ୟାମଳ ହୋଇଯାଉଛି ତେବେ ଆପଣଙ୍କ ଚେହେରାର ଚମକ ଚାଲିଯାଇଛି ଏବଂ ଏହା ପଛରେ ସବୁଠାରୁ ବଡ଼ କାରଣ ଆପଣଙ୍କ ଖାଦ୍ୟପେୟ ମଧ୍ୟ ହୋଇପାରେ। ଏଥିପାଇଁ ଆଜି ଆମେ ଜାଣିବା ଏପରି ଖାଦ୍ୟ ପଦାର୍ଥ ବିଷୟରେ ଯାହା ଆମ ତ୍ବଚାର ଶ୍ୟାମଳ ରଙ୍ଗ ପାଇଁ ମୁଖ୍ୟ କାରଣ ହୋଇଥାଏ।
୧.ଚିନି: ଆପଣ ଏହା ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଚିନିର ଅତ୍ୟଧିକ ମଧୁରତା ଆପଣଙ୍କୁ ଶ୍ୟାମଳ କରିଥାଏ। କାରଣ ଚିନି ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବଢ଼ିଯାଇଥାଏ ଯାହା ଫଳରେ ତ୍ବଚାରେ ଥିବା ଟିସୁରେ କ୍ଷତି ପହଞ୍ଚିଥାଏ ଏବଂ ଆପଣଙ୍କ ଚେହେରା ଶ୍ୟାମଳ ରଙ୍ଗରେ ପରିଣତ ହୋଇଥାଏ।
୨.ହ୍ବାଇଟ୍ ବ୍ରେଡ୍: କିଛି ଲୋକ ବ୍ରାଉନ୍ ବ୍ରେଡ୍ ପରିବର୍ତ୍ତେ ହ୍ବାଇଟ୍ ବ୍ରେଡ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ବ୍ରେଡ୍ ଆପଣଙ୍କ ଗୋରାପଣକୁ କମ୍ କରିଥାଏ। ହ୍ବାଇଟ୍ ବ୍ରେଡ୍ ଖାଇବା ଦ୍ବାରା ଆପଣଙ୍କ ଇନସୁଲିନ୍ ସ୍ତର ବଢ଼ିବାକୁ ଲାଗିଥାଏ ଯାହା ଦ୍ବାରା ଆପଣଙ୍କ ତ୍ବଚା ଅତ୍ୟଧିକ ତେଲିଆ ହୋଇଥାଏ। ଏବଂ ଆପଣଙ୍କ ତ୍ବଚା କଳା ପଡ଼ିଯାଇଥାଏ।
୩.ମସଲାଯୁକ୍ତ ଖାଦ୍ୟ: ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିବା ସହ ଆପଣଙ୍କ ତ୍ବଚା ପାଇଁ ମଧ୍ୟ ହାନିକାରକ ହୋଇଥାଏ। ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କ ଶରୀରର ତାପମାତ୍ରା ବଢ଼ିବାକୁ ଲାଗିଥାଏ। ଏହା ଦ୍ବାରା ରକ୍ତବାହିକା ବିସ୍ତାର ଲାଭ କରିଥାଏ ଏବଂ ଆପଣଙ୍କ ଚେହେରା ଶ୍ୟାମଳ ହୋଇଥାଏ।
୪.କଫି: ଅଧିକ କଫି ପିଇବା ଦ୍ବାରା ଆପଣଙ୍କ ଚେହେରାର ରଙ୍ଗ ଶ୍ୟାମଳ ହୋଇଥାଏ। କଫିରେ କ୍ୟାଫିନ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଦ୍ବାରା ଷ୍ଟ୍ରେସ୍ ହରମୋନ୍ କାର୍ଟିସୋଲ୍ ସ୍ତର ବଢ଼ିବାକୁ ଲାଗିଥାଏ। ଏହା ଦ୍ବାରା ଆପଣଙ୍କ ଚେହେରାର ରଙ୍ଗ ଶ୍ୟାମଳ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

3 × 4 =