ରାଫେଲ୍ ମାମଲାରେ ରାହୁଲଙ୍କ ଇ-ମେଲ ଆଟାକ୍

ରାଫେଲ ମାମଲାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେନ୍ଦ୍ର ଉପରେ ଇ-ମେଲ ବୋମା ଫିଙ୍ଗିଛନ୍ତି । ଏ ମାମଲାରେ ଏକ ନୂଆ ଇ-ମେଲକୁ ଦେଖାଇଛନ୍ତି ରାହୁଲ । ଏଥିରେ ଅନୀଲ ଅମ୍ବାନୀଙ୍କ କଥା କୁହାଯାଇଛି । ଦିଲ୍ଲୀରେ ଏକ ପ୍ରେସ୍ କନଫରେନ୍ସରେ ରାହୁଲ କହିଛନ୍ତି ଫ୍ରାନ୍ସର ରକ୍ଷାମନ୍ତ୍ରୀଙ୍କ ଅଫିସକୁ ଯାଇଥିଲେ ଅନୀଲ ଆମ୍ବାନୀ । ଏବଂ ମିଟିଂରେ ଆମ୍ବାନୀ କହିିଲେ ପ୍ରଧାମନ୍ତ୍ରୀ ଆସିଲେ ଏକ ଏକ ଏମଓୟୁ ସ୍ୱାକ୍ଷର କରାଯିବ । ଯେଉଁଠି ଅନୀଲ ଆମ୍ବାନୀଙ୍କ ନାମ ରହିବ । ତେବେ ରାଫେଲ ଡିଲ ବିଷୟରେ ସେତେବେଳେ ନା ତତ୍କାଳୀନ ରକ୍ଷାମନ୍ତ୍ରୀ ଏ ବିଷୟରେ ଜାଣିଥିଲେ ନା ବୈଦେଶିକ ମନ୍ତ୍ରୀ । କିନ୍ତୁ ରାଫେଲ ଡିଲର ୧୦ ଦିନ ପୂର୍ବରୁ ଅନୀଲ ଆମ୍ବାନୀ ଏହି ଡିଲ ବିଷୟରେ କିପରି ଜାଣିବା ପାଇଁ ପାଇଲେ ।
ସେ ସିଧାସଳଖ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଅନୀଲ ଅମ୍ବାନୀଙ୍କୁ ସହାୟତା କରିଛନ୍ତି । ଅଉ ମଧ୍ୟସ୍ଥତାର କାମ କରିଛନ୍ତି । ଦେଶର ସୁରକ୍ଷା ସହ ପ୍ରଧାନମନ୍ତ୍ରୀ ସାଲିସ କରୁଛନ୍ତି । ପ୍ରଧାନମନ୍ତ୍ରୀ ଯଦି ଏଥିରେ ସାମିଲ ନାହାନ୍ତି ତାହାହେଲେ ଜେପିସି ତଦନ୍ତକୁ କାହିଁକି ସେ ଡରୁଛନ୍ତି ବୋଲି ରାହୁଲ । କ୍ୟାଗର ନୂଆ ନାଁ ଦେଇଛନ୍ତି ରାହୁଲ । ସେ କହିଛନ୍ତି କ୍ୟାଗର କାମ ଉପରେ ମୁଁ ପ୍ରଶ୍ନ ଉଠାଇବାକୁ ଚାହୁଁନାହିଁ । କିନ୍ତୁ ଆଜିକାଲି କ୍ୟାଗର ଅର୍ଥ ହେଲା-ଚୌକିଦାର ଅଡିଟର ଜେନେରାଲ ରିପୋର୍ଟ । ପ୍ରାଂନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଅନୀଲ ଅମ୍ବାଲୀ ସାକ୍ଷାତ କରିଛନ୍ତି । ମୋଦି ଜଣେ ଭ୍ରଷ୍ଟ ନେତା ଓ ଦୁର୍ନୀତିରେ ସାମିଲ ଥିବାରୁ ମୋଦିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ରାହୁଲ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + seven =