ଭିଟାମିନ ଡି ର ଅଭାବ ଥିଲେ କରୋନାରେ ଗୁରୁତର ଆଶଙ୍କା

ଭିଟାମିନ ଡି ର ଅଭାବ ରହିଲେ ଶରୀରରେ ବହୁତ ବଡ କ୍ଷତି ହବାର ସମ୍ଭାବନା । ହାଡ଼ ପାଇଁ ଉପଯୋଗୀ ସୂର୍ୟ୍ୟର କଅଁଳ କିରଣ କରୋନା ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ପ୍ରଭାବୀ । ଏଥିରୁ ମିଳୁଥିବା ଭିଟାମିନ୍ ଡି ବେଶ୍ ଦରକାରୀ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।
ରିପୋର୍ଟ ମୁତାବକ ଯେଉଁମାନଙ୍କଠାରେ ଭିଟାମିନ୍ ଡି ଅଭାବ ରହିଛି, ସେମାନେ କରୋନାରେ ଗୁରୁତର ହେବା ଆଶଙ୍କା ୧୪ ଗୁଣ ଅଧିକ । ଭିଟାମିନ୍ ଡି ଅଭାବ ଥିଲେ କୋଭିଡ ଟିକାର ପ୍ରଭାବ ହ୍ରାସ ପାଇବ ଏବଂ ଗୁରୁତର କୋଭିଡ-୧୯ ସଂକ୍ରମଣ ଆଶଙ୍କା ବଢ଼ିଯିବ । ପର୍ଡ୍ୟୁ ୟୁନିଭର୍ସିଟି ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତିରୋଧକ କୋଷିକା ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦାହକୁ ଭିଟାମିନ୍ ଡି କମାଇଥାଏ ।
ଏମିତି କି ପ୍ରତିରୋଧୀ କ୍ଷମତାକୁ ସୁଦୃଢ଼ ଓ ପ୍ରଭାବୀ ରଖିବାରେ ଏହା ସହାୟକ ହୋଇଥାଏ । ତେଣୁ ସ୍ୱାଭାବିକ ଭାବେ ଶରୀରରେ ଏହା ଅଭାବ ହେଲେ କରୋନା ସଂକ୍ରମଣରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଆଶଙ୍କା ଅଧିକ । ରିପୋର୍ଟରେ ଆହୁରି କୁହାଯାଇଛି ଯେ ଅଧିକ ବୟସର ଲୋକ, ମେଦବହୁଳ ଓ ଉଚ୍ଚ ରକ୍ତଚାପ ପୀଡ଼ିତଙ୍କ କ୍ଷେତ୍ରରେ କୋଭିଡ-୧୯ ସଂକ୍ରମଣ ଅତି ଖରାପ ସାବ୍ୟସ୍ତ ହୋଇପାରେ ।

Share

Leave a Reply

Your email address will not be published. Required fields are marked *

1 × 5 =