ମହାପ୍ରଭୁଙ୍କ ଲାଗି ନିର୍ମାଣ ହେବ ଆଉ ଏକ ସ୍ୱର୍ଣ୍ଣ ଅଳଙ୍କାର ସେଟ

ପୁରୀ() ଜଗନ୍ନାଥଙ୍କ ପାଇଁ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ଜଣେ ଭକ୍ତ ପ୍ରଦାନ କରିବେ ସ୍ୱର୍ଣ୍ଣ । ପୂର୍ବରୁ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କର ରହିଛି । ତେବେ ଦାନସୂତ୍ରରେ ମିଳିବାକୁ ଏହି ସ୍ୱର୍ଣ୍ଣରେ ଆଉ ଏକ ଅଳଙ୍କାର ସେଟ୍ ନିର୍ମାଣ କରାଯିବ ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାପ୍ରଭୁଙ୍କ ପାଇଁ ନୂତନ କରି ଶ୍ରୀମୁଖ ପଦ୍ମ, ଝୋବା, ତଡ଼ଖି ନିର୍ମାଣ ହେବ ଜ୍ଝ ଏନେଇ ବୁଧବାର ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ନୀତି ପ୍ରଶାସକଙ୍କ ଅଧକ୍ଷତାରେ ହୋଇଥିଲା ବୈଠକ ଜ୍ଝ ବୈଠକରେ ପାଟଯୋଶୀ ମହାପାତ୍ର, ଦେଉଳ କରଣ, ତଢା଼ଉ କରଣ, କମାଣ୍ଡର, ପରିଚାଳନା କମିଟି ଉପସ୍ଥିତ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + 8 =