ସ୍ବାଭିମାନ ଅଞ୍ଚଳର ଅଭିମାନ : ଦୁର୍ଗମ ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ପାଇଁ ଉଦାହାରଣ

ଭୁବନେଶ୍ବର () ଲୋକଙ୍କ ଅର୍ଥରେ ଚାଲିଛି ସରକାର । ତେଣୁ ଏ ସରକାର ଲୋକଙ୍କର ଏବଂ ଲୋକଙ୍କ ପାଇଁ । ଲୋକମାନେ ହେଉଛନ୍ତି ସରକାରର ସବୁ ଯୋଜନାର ମୂଳ ଆଧାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାର୍ତ୍ତା ସରକାରୀ ଅଧିକାରୀମାନଙ୍କୁ କେତେ ପ୍ରଭାବିତ କରିଛି, ତାର ଆଉ ଏକ ଜ୍ବଳନ୍ତ ଉଦାହାରଣ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲାର କ୍ଲଷ୍ଟର ରିସୋର୍ସ ସେଣ୍ଟର ସଂଯୋଜକ ବା ସିଆରସିସି ଘୋଡାରେ ଏବଂ ଡଙ୍ଗାରେ ନଦୀ ପାର ହୋଇ ଜିଲ୍ଲାର ସବୁଠାରୁ ଦୁର୍ଗମ ପେପରମାଟଲା ଗାଁରେ ଏକ ସ୍କଲରେ ପହଁଚିଛନ୍ତି ।

ଦୁର୍ଗମ ତଥା ଅପହଂଚ ଇଲାକା କହି ନିଜ କର୍ତ୍ତବ୍ୟରୁ ମୁହଁ ଫେରାଇ ନେଉଥିବା କିଛି ଅଧିକାରୀଙ୍କ ପାଇଁ ସ୍ବାଭିମାନ ଅଂଚଳର ଏହି ବ୍ଲକ ଶିକ୍ଷାଧିକାରୀ ବଡ ଉଦାହରଣ । ସାଧାରଣତଃ ଅନେକ ଶିକ୍ଷକ ବାହାନା କରି ଶିକ୍ଷାଦାନ ଠାରୂ ଦୂରେଇ ରହନ୍ତି । କିନ୍ତୁ ଘୋଡାରେ ଓ ଡଙ୍ଗାରେ ବୁଲି ଶିକ୍ଷା କାର୍ଯ୍ୟକ୍ରମ ତଦାରଖ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସାଧନ ସରକାର । ସେମାନେ ଯାହାକୁ ଅପହଂଚ ତଥା ଦୁର୍ଗମ ଅଂଚଳ ବାହାନା ଦେଖାଇ ଘରେ ବସିପଡୁଛନ୍ତି ସେଇଠି ସିଆରସିସି ସାଧନ ସରକାର ନିଜେ ଡଙ୍ଗା ଧରି ଏବଂ ଘୋଡାରେ ବୁଲି ବୁଲି ନିଜ ଦାୟିତ୍ବକୁ ସଚ୍ଚୋଟତାର ସହ ପାଳନ କରିଛନ୍ତି । ଉପାନ୍ତ ଅଂଚଳମାନଙ୍କରେ ଥିବା ବିଦ୍ୟାଳୟଗୁଡିକରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ତାର ତଦାରଖ କରୁଛନ୍ତି ସିଆରସିସି ସାଧନ ସରକାର । ସିଆରସିସିଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିବା ସହ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ଗୁରୁପ୍ରିୟା ସେତୁ ତିଆରି ହେବା ପରେ ସ୍ବାଭିମାନ ଅଞ୍ଚଳକୁ ସବୁଦିନିଆ ସେତୁ ନିର୍ମାଣ ହୋଇଥିଲେ ବି ସ୍ବାଭିମାନ ଅଂଚଳରେ ଏବେ ବି ଅନେକ ଅଞ୍ଚଳ ରହିଛି ଯେଉଁଠିକି ରାସ୍ତା ନାହିଁ  ।ଏଭଳି ପରିସ୍ଥିତିରେ ସାଧନ ସରକାର ନାମକ ଏହି ସିଆରସିସି ପାପରମେଟଲା ଅଂଚଳରେ ନିଜେ ଡଙ୍ଗା ଓ ଘୋଡା ସାହାଯ୍ୟରେ ଉପାନ୍ତ ଅଂଚଳରେ ଥିବା ସମସ୍ତ ସ୍କୁଲଗୁଡିକର ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ଶିକ୍ଷକମାନେ ନିୟମିତ ବିଦ୍ୟାଳୟକୁ ପିଲାଙ୍କୁ ପାଠପଢାଇବାକୁ ଆସୁଛନ୍ତି କି ନାହିଁ ସେସବୁ ତଦରଖ କରିଛନ୍ତି ସାଧନ । ଖାଲି ଏତିକି ନୁହେଁ ବିଦ୍ୟାଳୟକୁ ଆସୁନଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍କୁଲକୁ ପାଠପଢିବାକୁ ଆସିବାକୁ ସଚେତନ କରାଉଛନ୍ତି ।

ସେହି ପେପମାଟଲା ଗାଁର ଜନତାପାଇ ସ୍କୁଲର ଜଣେ ଶିକ୍ଷକ ହରିହର ବେହେରାଙ୍କ ପାଠ ପଢା ଶୈଳୀ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବେଶ ପ୍ରଭାବିତ କରିଛି । ଉପାନ୍ତ ଅଂଚଳକୁ ଶିକ୍ଷକମାନେ ପାଠ ପଢାଇବାକୁ ଯାଉନଥିବା ବେଳେ ଏହି ଶିକ୍ଷକ ନିଜ କର୍ତ୍ତବ୍ୟକୁ ନେଇ ଖୁବ ସଚେତନ ।

Share

Leave a Reply

Your email address will not be published. Required fields are marked *

15 − eight =