ଲାଣ୍ଡଫଲ୍‌ କଲା ସୁପର ଟାଇଫୁନ୍‌:ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ

ଲାଣ୍ଡଫଲ କଲା ସୁପର ଟାଫୁନ୍‌ ହିନ୍ନାମନୋର । ଦକ୍ଷିଣ କୋରିଆର ଦକ୍ଷିଣରେ ସ୍ଥଳଭାଗ ଛୁଇଁଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ । ଏହାର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ ଜାରି ରହିଛି । କୋରିଆର ଆଣବିକ ପାଓ୍ଵାର ପ୍ଲାଣ୍ଟ ପ୍ରତି ବଢ଼ିଛି ସୁପର ଟାଇଫୁନ୍‌ ହିନ୍ନାମନୋର ବିପଦ । ସୁପର ଟାଇଫୁନ୍‌ ଟ୍ରାକରେ ଏହି ଆଣବିକ ପାଓ୍ଵାର ପ୍ଲାଣ୍ଟ ରହିଛି । ସ୍ଥଳଭାଗ ଅତିକ୍ରମ ବେଳକୁ ହିନ୍ନାମନୋରର ଘଣ୍ଟାପ୍ରତି ବେଗ ଥିଲା ୧୨୭ ମାଇଲ୍ସ ।

ଅର୍ଥାତ ଘଣ୍ଟାପ୍ରତି ୨୦୪ କିଲୋମିଟର ବେଗରେ ବହୁଥିଲା ପବନ । ସ୍ଥଳବିଶେଷରେ ଏହାର ବେଗ ବଢ଼ି ୨୪୯ କିଲୋମିଟର ଛୁଇଁଥିଲା । ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ପ୍ରଭାବରେ ସମୁଦ୍ରରେ ଉଠିଛି ବଡ଼ ବଡ଼ ଜୁଆର । ସ୍ଥଳଭାଗକୁ ମାଡ଼ି ଆସିଛି ସମୁଦ୍ର ପାଣି । ସେହିପରି ପ୍ରବଳ ବେଗରେ ବର୍ଷା ଓ ପବନ ସାଙ୍ଗରେ ଆଣିଛି ସୁପର ଟାଇଫୁନ୍‌ । ଫଳରେ ବହୁ ଗଛ ଓ ଘରଦ୍ୱାର ଭାଙ୍ଗଛି । ବଡ଼ ବଡ଼ ଟାଓ୍ଵାର ଭାଙ୍ଗି ଯାଇଛି । ବ୍ୟାପକ କ୍ଷୟକ୍ଷତି ଘଟାଇଛି ହିନ୍ନାମନୋର । ଭିତ୍ତିଭୂମି ଛାରଖାର ହୋଇଛି । ଅନ୍ଧାରରେ ଅଛି ଦକ୍ଷିଣ କୋରିଆର ୨୦ ହଜାରରୁ ଅଧିକ ଘର । ଦକ୍ଷିଣ କୋରିଆ ଇତିହାସରେ ସବୁଠୁ ବଡ ଟାଇଫୁନ୍‌ ଦେଶକୁ ହିଟ୍‌ କରିଛି । ଦକ୍ଷିଣ କୋରିଆରେ ୧୯୫୯ରେ ଟାଇଫୁନ୍‌ ସରାହ ଓ ୨୦୦୩ରେ ଟାଉଇପୁନ୍‌ ମାଇମୀ ହିଟ୍‌ କରିଥିଲା ।

Share

Leave a Reply

Your email address will not be published. Required fields are marked *

three × three =