Friday, October 30, 2026
Latestରାଜ୍ୟ

ତେଜୁଛି ମହାରଥୀ ବହିଷ୍କାର ଦାବି

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଦାବି କରି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରିବା ପାଇଁ ଯାଉଥିବା ମହିଳା କଂଗ୍ରେସ କର୍ମୀ ପୋଲିସ ମଧ୍ୟରେ ଦୀର୍ଘସମୟ ଧରି ଧସ୍ତାଧସ୍ତି ହୋଇଥିଲା । ହଜାର ହଜାର ସଂଖ୍ୟାରେ ମହିଳା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଗଲାବେଳେ ପୋଲିସ ସେମାନଙ୍କୁ ଶିଶୁଭବନ ଛକଠାରେ ଅଟକାଇଥିଲା । ମହିଳାକର୍ମୀ ମାନେ ପୋଲିସ ଉପରକୁ ଟମାଟୋ ମାଡ କରି ନବୀନ ନିବାସ ଆଡକୁ ମାଡି ଚାଲିଲାବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା ଯାହାଫଳରେ ଦୀର୍ଘସମୟ ଧରି ସେଠାରେ ପୋଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଜଣେ ମହିଳା ଅଚେତ ହୋଇପଡିଥିଲେ । ପୋଲିସ ଓ ମହିଳା କଂଗ୍ରେସ କର୍ମୀମାନେ ନଛୋଡବନ୍ଧା ଅବସ୍ଥାରେ ଥିବାବେଳେ ଅନ୍ୟ ମହିଳା ମାନେ ରାସ୍ତା ଉପରେ ଧାରଣା ଦେଇ ବସିଥିଲେ ଯାହାଫଳରେ କିଛି ସମୟ ପାଇଁ ଶିଶୁଭବନ ଛକରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟହୋଇଥିଲା । ଗତକାଲି ମଧ୍ୟ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରା ଯାଉଥିବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟ ରାୟକୁ ନେଇ କୃଷିମନ୍ତ୍ରୀ ମହାରଥି ଦେଇଥିବା ବିବାଦୀୟ ମନ୍ତବ୍ୟଲାଗି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଓ ବିଜେପି ମହିଳା ସଂଗଠନ ପକ୍ଷରୁ ଏହି ଆନେ୍ଦାଳନ ଚାଲୁରହିଛି ।

Share

Leave a Reply

Your email address will not be published. Required fields are marked *

twenty − 7 =