ଆଲବମ ଅଭିନେତ୍ରୀଙ୍କୁ ହତ୍ୟା

ସମ୍ବଲପୁରୀ ଆଲବମର ଲୋକପି୍ରୟ ଅଭିନେତ୍ରୀ ସିମରନ ସିଂକୁ ହତ୍ୟା କରାଯାଇଥିବା କଥା ବିଭିନ୍ନ ମହଲରେ ଚାଂଚଲ୍ୟ ସୃଷ୍ଟି କରିଛି । ଆଜି ସ୍ଥାନୀୟ ଗୋଇରା ମଠ ମହାନଦୀ ପୋଲ ତଳୁ ଏହି ଅଭିନେତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସେ କିଛି ଦିନ ତଳେ ବଲାଙ୍ଗିରର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ସମ୍ପୃକ୍ତ ଯୁବକ ତାଙ୍କୁ ହତ୍ୟା କରିଥିବା ଯୁବତୀଙ୍କ ମା’ ପୋଲିସରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ମୁହଁ ଓ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ପୋଲିସ ସିମରନଙ୍କ ମା’ଙ୍କ ଅଭିଯୋଗକୁ ଭିତି କରି ସମ୍ପୃକ୍ତ ଯୁବକଙ୍କୁ ଖୋଯିବା ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

fourteen + one =