ପ୍ରଦର୍ଶନୀ ପଡ଼ିଆରେ ପରେଡ଼

ଭୁବନେଶ୍ବର()  ବଦଳିଛି ସ୍ବାଧୀନତା ଦିବସ ଉତ୍ସବ ସ୍ଥଳ ।ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ ।ଏ ନେଇ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତକା ଉତ୍ତୋଳନ କରିବେ । ମାତ୍ର ଛାତ୍ରଛାତ୍ରୀମାନେ ଆଉ ପରେଡରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଛାତ୍ରଛାତ୍ରୀମାନେ କେବଳ ପରଡେ୍‌କୁ ଦେଖି ପାରିବେ । କେବଳ ପୋଲିସ ଫୋର୍ସ ପରେଡ୍‌ ଭାଗ ନେଇ ପାରିବେ । ଏଥର ଚାରୋଟି ଟ୍ରୁପ୍ ପରେଡ୍ରେ ଭାଗ ନେବେ । ଟେରିଟୋରିଆଲ୍ ଆର୍ମି, ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ ଆର୍ମଡ୍ ଫୋର୍ସ ଓ ଓଡ଼ିଶା ପୋଲିସ ସ୍ପେଶାଲ ଆର୍ମଡ୍ ଅଂଶ ଗ୍ରହଣ କରିବେ ।

Share

Leave a Reply

Your email address will not be published. Required fields are marked *

5 × 5 =