Friday, October 30, 2026
Healthଫେଶନ

ରାତିରେ ବଟର, ବ୍ରେଡ ଓ କଦଳୀ ଖାଇଲେ ବଢିବ ଓଜନ

ଆଜିକାଲିର ଧାଁଦୌଢ ଜୀବନରେ ମଣିଷ ଏତେ ବ୍ୟସ୍ଥ ରହେ ଯେ, ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖିବା ପୂରା ଭୁଲିଯାଏ। ଟଙ୍କା ରୋଜଗାର କରିବା ସମସ୍ତଙ୍କ ଜୀବନର ମୁଖ୍ୟ ଉଦେଶ୍ୟ ପାଲଟିଯାଇଛି। ଏଥିପାଇଁ ଶରୀର ପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଆଜିକାଲି ଅଧିକାଂଶ ଲୋକେ ଓଜନ ବଢିବା ସମସ୍ୟାର ଶିକାର ହେଉଛନ୍ତି। ତେବେ ରାତିରେ ଏହି ସବୁ ଖାଦ୍ୟ ଖାଇଲେ ଓଜନ ବଢିବା ସୁନିଶ୍ଚିତ।

ରାତିରେ ଶୋଇବା ପୂବର୍ରୁ ବଟର ଖାଇବା ଅନୁଚିତ। ବଟର ଖାଇଲେ ଓଜନ ଖୁବଶୀଘ୍ର ବଢେ। ଏଥିପାଇଁ ରାତିରେ ବଟରରେ ତିଆରି ହୋଇଥିବା ଖାଦ୍ୟ ଖାଇବା ଅନୁଚିତ। ଓଜନ ବଢିବା ସମସ୍ୟା ଥିଲେ ରାତିରେ ଘିଅ ବା କ୍ରିମ ଖାଇବା ଅନୁଚିତ। କାରଣ ଏହା ଓଜନ ବଢାଇବେରେ ସାହାଯ୍ୟ କରେ।

ରାତିରେ ଶୋଇବା ପୂର୍ବରୁ ହ୍ବାଇଟ ବ୍ରେଡ ଖାଇବା ଅନୁଚିତ। ହ୍ବାଇଟ ବ୍ରେଡ ଖାଇଲେ ଉଚ୍ଚ ରକ୍ତ ଚାପ ଓ ସୁଗରର ମାତ୍ରା ବଢିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ଥାଏ। ଯେଉଁଥିପାଇଁ ଶରୀରରେ ଫ୍ୟାଟ୍‌ ମାତ୍ରା ବଢେ। କଦଳୀ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ହେଲେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇ ଶୋଇଲେ ଓଜନ ବଢିବାର ସମ୍ଭାବନା ଥାଏ।

Share

Leave a Reply

Your email address will not be published. Required fields are marked *

nine − five =