Friday, October 30, 2026
Latestରାଜ୍ୟ

ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର()  ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି । ଶୁକ୍ରବାର ଠାରୁ ଅଭ୍ୟନ୍ତରୀଣ ଓଡିଶାରେ ଦିନର ତାପମାତ୍ରା ଧିରେ ଧିରେ  ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।

ଶୁକ୍ରବାର ଓ ଶନିବାର ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଥିବା ବେଳେ ସୋମବାର ଠାରୁ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟକୁ ଖସି ଆସିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ କୁହାଯାଇଛି ।

ଜୁନ ୭ ପର୍ଯ୍ୟନ୍ତ ଉପକୂଳ ଓଡିଶାର ତାପମାତ୍ରା ୩୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର,ଯାଜପୁର, ଭଦ୍ରକ, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା  ଦୁଇଟି ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି । ସେହିପରି ମେ ୩୧ରୁ ଜୁନ ମଧ୍ୟରେ ଓଡିଶାରେ ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

fourteen + thirteen =