ବାବା ବନାଇବେ ଦ୍ବିତୀୟ କୋଣାର୍କ

ଭୁବନେଶ୍ୱର() ବାବାଙ୍କୁ ଘାରିଛି ଓଡିଶା ଚିନ୍ତା । ବାବା ବନାଇବେ ଦ୍ବିତୀୟ କୋଣାର୍କ । ଦାରା ସିଂଙ୍କୁ ମୁକ୍ତି କରିବେ । ଏମିତି କଥା କହିଛନ୍ତି ଓମ୍ ବାବା । ଏହି ବାବା ଜଣଙ୍କ ହେଉଛନ୍ତି ବିଗ୍ ବସର ଚର୍ଚ୍ଚିତ ଚେହେରା ଓମ୍ ବାବା । ବାବା ଏବେ ଓଡ଼ିଶାରେ ମାତିଛନ୍ତି ।

ବାବାଙ୍କୁ ଘାରିଛି କୋଣାର୍କ ନିଶା । ନିଜର ବିତଣ୍ଡା କାର୍ୟ୍ୟ ଲାଗି ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚିତ ଏହି ବାବା ଏବେ ଓଡ଼ିଶାରେ ମାତିଛନ୍ତି । କହୁଛନ୍ତି ଦ୍ବିତୀୟ କୋଣାର୍କ ମନ୍ଦିର ବନାଇବେ । ଏଥିଲାଗି ଚନ୍ଦ୍ରଭାଗାରେ ଜାଗା ବି କିଣି ସାରିଲେଣି । ୧୨ ଶହ କାରିଗର ଲାଗି ୧୨ ବର୍ଷରେ ଯେଉଁ କୋଣାର୍କ ତିଆରି କରିଥିଲେ ସେହିଭଳି ଅବିକଳ କୋଣାର୍କ କୁଆଡେ ଗୋଟିଏ ବର୍ଷରେ ଛିଡ଼ା କରିବେ । ଦେଶର ବହୁ ବଡ଼ ବଡ଼ କର୍ପୋରେଟ ହାଉସ ଏଥିଲାଗି ଫଣ୍ଡିଂ କରିବେ । କେବଳ ସେତିକି ନୁହେଁ ଦେଶ ଓ ରାଜ୍ୟକୁ ନେଇ ବାବାଙ୍କ ଭବିଷ୍ୟବାଣୀ ହେଲା ଖୁବ୍ ଶୀଘ୍ର ପିଓକେ ଭାରତରେ ମିଶିବ ଓ ଓଡ଼ିଶା ଦେଶର ସବୁଠୁ ବିକଶିତ ରାଜ୍ୟ ହେବ ।

ଭୁବନେଶ୍ବରରେ ଏକ ପ୍ରେସମିଟରେ ଏମିତି ବଡ଼ ବଡ଼ କଥା ଫିଙ୍ଗିଛନ୍ତି ବିଗ୍ ବସର ଚର୍ଚ୍ଚିତ ଚେହେରା ଏହି ଓମ୍ ବାବା। ଦେଶ ବିଦେଶରେ ଓମ୍ ବାବାଙ୍କ ଅନେକ ଅନୁଗାମୀ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 11 =