ପୁଣି ନୟାଗଡ଼ର ଜଣେ ଶିଶୁ ନିଖୋଜ

ନୟାଗଡ଼: ନୟାଗଡ଼ରୁ ପୁଣି ଜଣେ ନାବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପରୀ ଘଟଣା ପୁନରାବୃତ୍ତି କହିଲେ ଅତ୍ୟୁକ୍ତି ହେବନି । ଏହି ନିଖୋଜ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ଧୁଣ୍ଡୁଗାଡିଆ ଗାଁରୁ ଆସିଛି । ଜଣେ ୭ ବର୍ଷର ନାବାଳିକା ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଥାଉକି, ନୟାଗଡ଼ର କୁନି ଝିଅ ପରୀ ନିଖୋଜ ଘଟଣା ସାରା ରାଜ୍ୟରେ ଆଲେଡ଼ନ ସୃଷ୍ଟି କରିଥିଲା ।

ଏମିତିକି ଏହା ରାଜନୈତିକ ମହଲରେ ମଧ୍ୟ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଅରୁଣଙ୍କ ପର୍ଯ୍ୟନ୍ତ ସମସ୍ତେ ରହିଥିଲେ ଚର୍ଚ୍ଚାରେ । ଯଦିଓ ଏହି ଘଟଣାରେ ସରୋଜକୁ ଗିରଫ କରାଯାଇଛି ତେବେ ଏବେ ବି ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସେପଟେ ରଣପୁର ବଧିପାଟଣାର ଶିଶୁ ସ୍ୱାତୀ ମଧ୍ୟ ନିଖୋଜ ହେବ ଘଟଣା ମଧ୍ୟ ଲୋକଲୋଚନକୁ ଆସିଥିଲା । ଏବେ ପୁଣି ଜଣେ ନାବାଳିକା ନିଖୋଜ ହେବା ଘଟଣା ପରେ ଅନେକ କଥା ଚର୍ଚ୍ଚାର ପରିସର ଭିତରକୁ ଆସୁଛି ।

Share

Leave a Reply

Your email address will not be published. Required fields are marked *

14 + four =