ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ କୋଚ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ହେବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ଘୋଷଣା କରାଯାଇଛି । ଜୁଲାଇ ୧୩ରୁ ଶ୍ରୀଲାଙ୍କାରେ ଭାରତ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ଗସ୍ତରେ ଶିଖର ଧାୱନଙ୍କୁ ଅଧିନାୟକ ପଦ ଦିଆଯାଇଥିବା ବେଳେ ଦ୍ରୃତବୋଲର ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ପଦ ଦିଆଯାଇଛି ।

ଦଳରେ ବହୁ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଏହି ଦଳର କୋଚ ଭାବେ ରାହୁଲ ଦ୍ରାବିଡ ମନୋନିତ ହେବା ପରେ ଖେଳାଳୀଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି । ରାହୁଲ ଅଣ୍ଡର ୧୯ ଦଳର କୋଚ ଭାବେ କାର୍ଯ୍ୟ କରୁଛନ୍ତି । ଭଲ ଯୁବ ଖୋଳୀଙ୍କ ପ୍ରଶିକ୍ଷକ ଭାବେ ତାଙ୍କୁ ମନା ଯାଉଛି । ନୂଆ ଖେଳାଳୀ ଗଢ଼ିବାରେ ମାହିର ଥିବା ଦ୍ରାବିଡ ଓ ଧାୱନଙ୍କ ଯୋଡ଼ି ଶ୍ରୀଲଙ୍କାରେ ଚମକିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

Share

Leave a Reply

Your email address will not be published. Required fields are marked *

ten − six =