ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା

ହାଇଦ୍ରାବାଦ () ସିଗ୍ନାଲ ଫେଲ ହେବା କାରଣରୁ ହାଇଦ୍ରାବାଦ କାଚିଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ପ୍ରାୟ ୧୧ଟା ୪୫ରେ ଦୁର୍ଘଟଣା ହୋଇଥିଲା। ଏ ନେଇ ସାଉଥ ସେଣ୍ଚ୍ରାଲ ରେଳ(ଏସସିଆର) ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ରେଲୱେ କର୍ମଚାରୀ ପହଁଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନାଅନୁସାରେ ସିଗ୍ନାଲ ଫେଲ ହେବା କାରଣରୁ ପ୍ଲାଟଫର୍ମରେ ପୂର୍ବରୁ ଠିଆ ହୋଇଥିବା କୋଙ୍ଗୁ ଏକ୍ସପ୍ରେସକୁ ଏକ ଏମଏମଟିଏସ୍ ଟ୍ରେନ୍ ଧକ୍କା ମାରିଥିଲା। ଏହି ଦୁର୍ଘଟଣା କାରଣରୁ ରେଲୱେ ଟ୍ରାକରେ ଅନ୍ୟ ଟ୍ରେନର ଯାତାୟତ ପ୍ରଭାବିତ ହୋଇଛି। ଫଳରେ ବହୁ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

6 − two =