ଜାତୀୟ

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: ଟାଇଟଲ ଜିତିଲେ କାଜିଆ ଲିଜ୍ ମାଜୋ

କେରଳର କାଜିଆ ଲିଜ୍ ମାଜୋ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ଟାଇଟଲ ବିଜେତା ହୋଇଛନ୍ତି । ଶ୍ରେଷ୍ଠ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କାଜିଆ ଲିଜ୍ ମାଜୋ, ଗୁଜରାଟର ଅନୁଶ୍ରୀ ସାତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ସ୍ଥାନ ପାଇଥିଲେ । ପୂର୍ବତନ ବିଜେତା ମନିକା ବିଶ୍ୱକର୍ମା ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ଏହି ପ୍ରତିଯୋଗିତାରେ ସୁସ୍ମିତା ସେନ୍, ସେଲିନା ଜେଯଲୀ, ଉର୍ବଶୀ ରୌତେଲା ପ୍ରମୁଖ ଉପସ୍ଥିତ ଥିଲେ ।

ଅଗଷ୍ଟ ୨୩ ତାରିଖରେ ରାଜସ୍ଥାନର ଜୟପୁରସ୍ଥିତ ଜୀ ଷ୍ଟୁଡିଓରେ ଆୟୋଜିତ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଶେଷ ରାଉଣ୍ଡରେ ଭଲ ପ୍ରଦର୍ଶନ କରି କାଜିଆ ଲିଜ୍ ମାଜୋ ବିଜୟ ହାସଲ କରିଥିଲେ । କାଜିଆ ବିଜେତା ହୋଇଥିବା ବେଳେ ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ଗୁଜରାଟର ଅନୁଶ୍ରୀ ସାତୱାଲେକର ଦ୍ୱିତୀୟ ରନର୍ସ ଅପ୍, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ ତୃତୀୟ ରନର୍ସ ଅପ୍ ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ଚତୁର୍ଥ ରନର୍ସ ଅପ୍ ହୋଇଛନ୍ତି ।

ଟାଇଟଲ ଜିତିବା ପରେ କାଜିଆ କହିଛନ୍ତି, ଭାରତୀୟ ଶୁଭକାମନା ସହିତ ଆରମ୍ଭ କରିବାର ସବୁଠାରୁ ବଡ଼ ଉପାୟ । ମିସ୍ ୟୁନିଭର୍ସ ହେବା ଯାଏଁ ଯାତ୍ରା ବହୁତ ବଢିଆ ରହିଥିଲା । ତେଣୁ ସବୁବେଳେ ଚାହୁଁଥିଲି, ଟାଇଟଲ ଜିତିବା ପରେ ଘରକୁ ଫେରିବି ।

୧୯ ବର୍ଷୀୟା କାଜିଆ ଲିଜ୍ ମାଜୋ ଜଣେ ଆଇନ ଛାତ୍ରୀ, ମଡେଲ୍ ଏବଂ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ସେ ପୂର୍ବରୁ.ମିସ୍ ଟିନ୍ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ପ୍ରଥମ ରନର୍ସ ଅପ୍ ହୋଇଥିଲେ । ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ଜିତିବା ପୂର୍ବରୁ କାଜିଆ ମିସ୍ ୟୁନିଭର୍ସ କେରଳ ୨୦୨୬ ଟାଇଟଲ ମଧ୍ୟ ହାସଲ କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 2 =