Friday, October 30, 2026
Latestରାଜ୍ୟ

ବାୟୁସେନାକୁ ନବୀନଙ୍କ ସଲାମି

ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି । ଆଜି ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକା ଯାଇଛି। ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଏହି ସବୁ ବୋମା ପକା ଯାଇଥିଲା। ଏହି ଆକ୍ରମଣରେ ପ୍ରାୟ ୨୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଶିବିର ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି।

ବାୟୁସେନାର ଏହି ସଫଳତାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେନାକୁ  ଆକ୍ରମଣ ପାଇଁ ସଲାମ କରିଛନ୍ତି ।  ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛନ୍ତି ନବୀନ ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଡକାଯାଇଛି ।  ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବେ ।  ଜୈସ ଆଉ ଏକ ବଡ ଧରଣର ଆକ୍ରମଣ ଯୋଜନା ପ୍ରସ୍ତୁତ କରିଥିଲା ।  ତା ପୂର୍ବରୁ ଭାରତୀୟ ସେନା ଜୈସର ମେରୁଦଣ୍ଡ ଭାଙ୍ଗି ଦେଇଛି ।  ଭାରତ ପାକିସ୍ତାନ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ଅପରପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଚ୍ଚ ସ୍ଥରୀୟ ଜରୁରୀ ବୈଠକ ଡାକିଛନ୍ତି ।  ପାକିସ୍ତାନର ଏଫ-୧୬ ବିମାନ ଭାରତୀୟ ସେନାକୁ ପ୍ରତିରୋଧ କରିବା ପାଇଁ ଉଦ୍ୟମ କରିଥିଲା ।  କିନ୍ତୁ ଭାରତୀୟ ବାୟୁସେନାର ମୀରାଜ ୨୦୦୦ ବିମାନର ଆକ୍ରମଣରେ ବିଫଳ ହୋଇ ଫେରି ଯାଇଥିଲା ।

Share

Leave a Reply

Your email address will not be published. Required fields are marked *

3 + 5 =