ଆଜି ଅଧରପଣା ନୀତି

ପୁରୀ()  ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି । ରଥ ଉପରେ ଶ୍ରୀଜିଉଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ହେବ । ଏହି ପଣା ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ।

ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଏହି ପଣା ରଥଯାତ୍ରାରେ ଯାଇଥିବା ସମସ୍ତ ପାର୍ଶ୍ୱ ଦେବତା ସମେତ ଭୋଗ ପାଇବା ପାଇଁ ଯାଇଥିବା ଚଣ୍ଡୀ, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ। ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଅନୁଯାୟୀ, ଆଜି ମଧ୍ୟାହ୍ନ ଧୂପ ଅପରାହଣ ୪ଟା ୩୦ରେ ସରିବା ପରେ ଅଧର ନୀତି ଆରମ୍ଭ ହୋଇ ୮ଟା ମଧ୍ୟରେ ଶେଷ ହେବ ।

Share

Leave a Reply

Your email address will not be published. Required fields are marked *

fourteen − 3 =