ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ()  ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ନିଜ ଇସ୍ତଫାପତ୍ର ମଧ୍ୟ ସେ ଟ୍ୱିଟରରେ ସେୟାର କରିଛନ୍ତି ।

ଲୋକସଭା ନିର୍ବାଚନ ପରେ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କଂଗ୍ରେସ ପଞ୍ଜାବରେ ଆଶା ଅନୁଯାୟୀ, ପ୍ରଦର୍ଶନ ନ କରିବା ପଛରେ ସିଦ୍ଧୁ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଥିଲେ।ସିଦ୍ଧୁ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ହେଁ ସହରବାସୀଙ୍କ ପାଇଁ କିଛି କରି ନଥିବାରୁ ଲୋକମାନେ କଂଗ୍ରେସକୁ ଭୋଟ ଦେଇ ନଥିବା ସେ କହିଥିଲେ। ଏହାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ। ଏହା ମଧ୍ୟରେ ସିଦ୍ଧୁଙ୍କ ଠାରୁ ନଗର ଉନ୍ନୟନ ବିଭାଗ ପ୍ରତ୍ୟାହାର କରି ନିଆଯାଇଥିଲା। ସେବେଠାରୁ ସିଦ୍ଧୁ ନିଜ କାର୍ୟ୍ୟରେ ଯୋଗ ଦେଇ ନଥିଲେ।

Share

Leave a Reply

Your email address will not be published. Required fields are marked *

four − 3 =