ସାଧାରଣଲୋକ ଆମ ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ: ନବୀନ

ଭୁବନେଶ୍ବର()  ଆଜି ଇଡ଼କଲ ଅଡିଟୋରିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବସିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି- ସାଧାରଣଲୋକ ଆମ ସବୁ କାର୍ୟ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ୍ ଦେବା ଲାଗି ଆମ ୫-ଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଦିଗରେ ସମସ୍ତେ କାମ କରନ୍ତୁ । ଆସନ୍ତାକାଲିଠାରୁ ବିଜେଡିର ମେମ୍ବରସିପ ଡ୍ରାଇଭ ଆରମ୍ଭ ହେବ । ଏହା ଅକ୍ଟୋବର ୩୧ ଯାଏଁ ଚାଲିବ । ଏହି ବୈଠକରେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ସଭାପତି, ପର୍ୟ୍ୟବେକ୍ଷକ ମଧ୍ୟ ସାମିଲ ଅଛନ୍ତି ।

ଆଜି ରାଜଧାନୀରେ ଅନୁଷ୍ଠିତ ହୋଇଛି ବିଜେଡିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକରେ  ମାନସ ମନ୍ଥନ କରିଛି । ପ୍ରାଥମିକ ପର୍ୟ୍ୟାୟରେ ୪୭ ଲକ୍ଷ ନୂଆ ସଦସ୍ୟଙ୍କୁ ବିଜେଡି ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଛାତ୍ର, ମହିଳା ଓ ଯୁବକୁ ଗୁରୁତ୍ୱ ଦେବ ବିଜେଡି । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଫାଇଭ-ଟି ଉପଯୋଗ କରିବାକୁ ନିଷ୍ପତି ନେଇଛି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡିର ୱେବ ସାଇଟରେ ଉପଲବ୍ଧ ହେବ । ଏହା ଜରିଆରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ଯୋଜନା ସଭ୍ୟମାନେ ପାଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡିବ । ସେପଟେ ସଦସ୍ୟ ସଂଗ୍ରହ ପାଇଁ ନୂଆ ଫର୍ମୁଲା ତିଆରି କରିଛି ଦଳ ।

Share

Leave a Reply

Your email address will not be published. Required fields are marked *

5 × one =