ଆସିଲେ ୧୨ ସାଗୁଣା

ଗତକାଲି ରାତିରେ ଗ୍ୱାଆଲିୟର ଚିଡିଆଖାନାରୁ ୧୨ ବଡ ଥଂଟିଆ ଶାଗୁଣା ଆସିଛି । ସେଥିମଧ୍ୟରୁ ୬ ମାଈ ଥିବାବେଳେ ୬ ଅଣ୍ଡିରା ଅଛନ୍ତି । ନନ୍ଦନକାନନ ତା ନିଜସ୍ୱ ଖର୍ଚରେ ଶାଗୁଣାମାନଙ୍କୁ ନନ୍ଦନକାନନ ଆଣିଛି । ଏହାସହ କାର୍ୟ୍ୟକ୍ଷମ ହେବ ଶାଗୁଣା ପ୍ରଜନନ କେନ୍ଦ୍ର । ଶାଗୁଣା ଆସିବା ସ୍ଥିର ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଏଥିପାଇଁ ଖର୍ଚ ହୋଇଛି ୫ ଲକ୍ଷ ଟଙ୍କା । ୨୦୧୧ରୁ ବଟାନିକାଲ ଗାର୍ଡେନରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ ୩ ଏକର ଜାଗାରେ ଆରମ୍ଭ ହୋଇ ୨୦୧୪ରେ ଶେଷ ହୋଇଥିଲା । ୭୦ ଲକ୍ଷ ଖର୍ଚ୍ଚରେ ନିର୍ମିତ ଏହି ପ୍ରଜନନ କେନ୍ଦ୍ର ଶାଗୁଣା ଅଭାବରୁ ଚାଲିପାରିନଥିଲା । ଶାଗୁଣା ଆସିବା ସ୍ଥିର ହେବା ପରେ ପୁଣି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ପୁନରୁଦ୍ଧାର କରାଯାଇଛି ।
ଫଳରେ କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଗ୍ୱୋଆଲିୟର ଚିଡିଆଖାନା କର୍ତୃପକ୍ଷ ଏହି ୧୨ ଶାଗୁଣାକୁ ଉପହାରରେ ଦେଇଛନ୍ତି । ତେବେ ନନ୍ଦନକାନକୁ ଶାଗୁଣା ଆସିଥିବାରୁ ଦର୍ଶକମାନଙ୍କ ମଧ୍ୟରେ ଖୁସି ଦେଖାଯାଇଛି । ପୂର୍ବରୁ ଓଡିଶାରେ ଶାଗୁଣା ବଂଶର ଲୋପ ପାଇଯାଇଥିବା ନେଇ ଅନେକ ମତ ଦେଇଥିଲେ । ପ୍ରାୟ ୫ ବର୍ଷରୁ ଅଧିକ ଦିନ ହେଲାଣି ଶାଗୁଣା ଓଡିଶାରେ ଦେଖାଯାଉନଥିଲେ । ତେବେ ପୁଣି ଥରେ ନନ୍ଦନକାନନକୁ ଶାଗୁଣା ଆସୁଥିବାରୁ ଓଡିଶାରେ ପୁଣି ଥରେ ଶାଗୁଣା ବଂଶ ବଢିପାରିବ ବୋଲି ଅନେକ ନିଜର ମତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 17 =