Friday, October 30, 2026
Latestରାଜ୍ୟ

ନବୀନ ପାଳିବେନି ଜନ୍ମଦିନ

ଭୁବନେଶ୍ବର () ରାଜ୍ୟରେ କ୍ରମାଗତ ଭାବେ 18 ବର୍ଷ ଧରି କ୍ଷମତାର ଶୀର୍ଷରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସାଧାରଣ ଜୀବନଯାପନ ପାଇଁ ବେଶ ଲୋକପ୍ରିୟ ହୋଇଥିବା ବେଳେ ଆସନ୍ତାକାଲି ସେ ନିଜର 72ତମ ଜନ୍ମଦିନ ପାଳିବେ ନାହିଁ । ତିତଲି ବାତ୍ୟାରେ ହୋଇଥିବା ବିପର୍ଯ୍ୟୟ ପାଇଁ ସେ ନିଜ ଜନ୍ମଦିନ ପାଳନ କରିବେ ନାହିଁ । ବିଜେଡି ନେତା ଓ କର୍ମୀମାନଙ୍କୁ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ନପଠାଇବାକୁ କୁହାଯାଇଛି ।

ପୂର୍ବରୁ ମଧ୍ୟ 2011, 2013 ଓ 2014ରେ ଏହିପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନବୀନ ନିଜ ଜନ୍ମଦିନ ପାଳନ କରିନାହାଁନ୍ତି । 2016ରେ ମଧ୍ୟ ସେ ଜମ୍ମୁ କାଶ୍ମୀରରେ ସହିଦ ହୋଇଥିବା ଜବାନଙ୍କୁ ସମ୍ମାନ ଜଣାଇ ନିଜ ଜନ୍ମଦିନ ପାଳନ କରିନଥିଲେ । ଏମିତି ବି ତାଙ୍କ ଜନ୍ମଦିନ ପାଳନ ନିରାଡମ୍ବର ଭାବେ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

four × one =