ଏବର୍ଷ ବିଳମ୍ବିତ ଚାଷ କାର୍ଯ୍ୟ

ଭୂବନେଶ୍ବର () ଓଡିଶାକୁ ଗତ 7 ତାରିଖରୁ ମୌସୁମୀ ଛୁଇଁଲାଣି  । ହେଲେ ବର୍ଷାର ଦେଖା ନାହିଁ  । ଏଯାଏଁ ସ୍ବାଭାବିକ ବର୍ଷା ହୋଇନି  । ଜୁନ 10ରୁ ବର୍ଷାର ପରିମାଣ ହିସାବ ହେଉଥିବା ବେଳେ ଆସନ୍ତା 20 ତାରିଖ ଯାଏଁ ଭାରି ବର୍ଷାର ସମ୍ଭାବନା ନାହିଁ ବୋଲି କହୁଛନ୍ତି ପାଣିପାଗ ବିଶେଷଜ୍ଞ  । 21 ପରେ ଲଘୁଚାପ ସୃଷ୍ଟି ହେଲେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି  ।

ଏବର୍ଷ ଆଗୁଆ ମୌସୁମୀ ଆସିଥିଲା  । ମୌସୁମୀକୁ ଦେଖି ଚାଷୀ ଚାଷକାମ ଆରମ୍ଭ କରିଥିଲେ  । କିନ୍ତୁ ସ୍ଥିତି ଖରାପ ହୋଇଯାଇଛି  । 21ରେ ଲଘୁଚାପ ହେଲେ ଯାଇଁ ବର୍ଷାର ସମ୍ଭାବନା ରହିଛି  । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ 100 ମିଲିଲିଟର ବର୍ଷା ହେଲା ପରେ ହିଁ ବୁଣାବୁଣି ଆରମ୍ଭ ହେବା କଥା  । ନହେଲେ ଗଜା ମରୁଡ଼ି ଆଶଙ୍କା ରହିଛି  । ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ହେଲେ ଜିଲ୍ଲାରେ 100 ମିଲିଲିଟର ବର୍ଷା ହୋଇନି  । ଯଦିଓ କିଛି ଅଂଚଳରେ ବର୍ଷାର ପ୍ରକୋପ ବଢିଛି, ଚାଷ ପାଇଁ କିନ୍ତୁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇନି  ।

ସାଧାରଣତଃ ରାଜପରେ ଚାଷ କାର୍ଯ୍ୟ ଓ ବୁଣାବୁଣି ଆରମ୍ଭ ହୋଇଥାଏ  । ଏବେସୁଦ୍ଧା ମୌସୁମୀ 22ଟି ଜିଲ୍ଲାକୁ ଛୁଇଁ ସାରିଲାଣି  । କିନ୍ତୁ ଦୁର୍ବଳ ରହିଛି ମୌସୁମୀ  । ତେଣୁ ଚାଷକାମ ଆରମ୍ଭ ହୋଇପାରୁନି  । ସ୍ଥିତି ଯାହା ରହିଛି, ଏବର୍ଷ ଚାଷ କାମ ବିଳମ୍ବ ହୋଇପାରେ  ।

Share

Leave a Reply

Your email address will not be published. Required fields are marked *

12 + 16 =