କିନ୍ନରଙ୍କ ଦାଦାଗିରି, ନାଗା ବାବାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର () ରାଜଧାନୀର ଛାତି ଉପରେ ଦିନ ଦ୍ବିପ୍ରହରରେ ନାଗା ବାବାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କିନ୍ନର । ଖଣ୍ଡଗିରି ବସଷ୍ଟାଣ୍ଡ ନିକଟ ତପୋବନରେ ନାଗାବାବାଙ୍କୁ ହେଲା ମରଣାନ୍ତକ ଆକ୍ରମଣ । ଆଶ୍ରମ ଭିତରେ ପଶି କିଛି କିନ୍ନର ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ସମୟର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ନାଗା ସାଧୁଙ୍କୁ କେତେ ଜଣ କିନ୍ନର ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ବିଧା ଗୋଇଠା ଛେଚି ଦେଉଛନ୍ତି ଏହି କିନ୍ନର ମାନେ, କିନ୍ତୁ ଆଖପାଖ ଲୋକେ ବି ନିରବଦ୍ରଷ୍ଟା ଓ ପୋଲିସ ବି ନାଚାର।

ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ମୌନ ବତ୍ର କରି ଥିବାରୁ ଏନେଇ ମୁହଁ ଖୋଲି ନାହାନ୍ତି ବାବା । ଗଣମାଧ୍ୟମ ଆଗରେ ଲିଖିତ ଭାବରେ ନିଜର ଦୁଃଖ ଜଣାଇଛନ୍ତି ବାବା । କିନ୍ତୁ ପୋଲିସରେ ଏନେଇ କୌଣସି ଅଭିଯୋଗ କରିନାହାନ୍ତି ନାଗା ବାବା । ପ୍ରଶ୍ନ ଉଠୁଛି, ଦିନ ଦ୍ବିପ୍ରହରରେ ଜଣେ ବାବାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ପୋଲିସ କିଭଳି ଚୁପ୍ ବସିଛି । କିନ୍ନରମାନେ କାହିଁକି ବାବାଙ୍କୁ ଆକ୍ରମଣ କଲେ ତାହା ଏଯାଏଁ ଜଣାପଡିନାହିଁ ।

Share

Leave a Reply

Your email address will not be published. Required fields are marked *

one + 11 =