ଏଣିକି ରୁଚି ଅନୁସାରେ ପାଠ ପଢ଼ିବେ ଯୁବପୀଢ଼ି

ନୂଆଦିଲ୍ଲୀ() ନୂଆ ଶିକ୍ଷାନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇ କହିଛନ୍ତି ଯେ ନୂଆ ଶିକ୍ଷାନୀତି ଦେଶର ଆଶା ପୂରଣର ଏକ ମାଧ୍ୟମ ହେବ । ନୂଆ ଶିକ୍ଷାନୀତିରେ ଲର୍ଣ୍ଣିଂ ଆଉଟକମ ଉପରେ ଗୁରୁତ୍ୱ ଦିଆଯିବ । ଆଜିର ଯୁବପୀଢ଼ି ନିଜ ନିଜ ରୁଚି ଅନୁସାରେ ପାଠ ପଢ଼ିବେ । ଶିକ୍ଷାନୀତି ଆତ୍ମନିର୍ଭର ଭାରତର ସଙ୍କଳ୍ପକୁ ରୂପ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିକ୍ଷାନୀତି ଏକ ଦେଶର ନୀତି । ଏହା କୌଣସି ନିର୍ଦ୍ଦିଷ୍ଟ ସରକାରଙ୍କ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତ ୩୪ବର୍ଷ ପରେ ଦେଶରେ ଶିକ୍ଷାନୀତି ବଦଳିଛି । ବହୁ ବିଚାରବିମର୍ଶପରେ ଏହି ଶିକ୍ଷାନୀତିକୁ ମଞ୍ଜୁରି ମିଳିଥିବା ସୂଚନା ମିଳିଛି । ଦେଶକୁ ଉନ୍ନତ କରିବା ଭଳି ଶିକ୍ଷାନୀତି ଆସିଛି ବୋଲି ପୂର୍ବରୁ ମତ ରଖିଥିଲେ ମୋଦି । ସେହିପରି ୩ୟ, ୫ମ ଓ ୮ମ ଶ୍ରେଶୀରେ ପରୀକ୍ଷା କରାଯିବ, ବର୍ଷକୁ ଦୁଇ ଥର ପରୀକ୍ଷା ଓ ବହିର ବୋଝ ହ୍ରାସ କରିବାକୁ ପ୍ରୟାସ କରାଯାଉଛି ବୋଲି ପୂର୍ବରୁ କହିଥିଲେ ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

7 − 3 =