ରାଉରକେଲାରେ ଆଜି ହକି ବିଶ୍ୱକପ ଟ୍ରଫିର ପରିକ୍ରମା

ଆସନ୍ତାକାଲିଠୁ ହକି ବିଶ୍ବକପ୍‌ର ମ୍ୟାଚ ଖେଳାଯିବ । ତା ପୂର୍ବରୁ ଆଜି ଇସ୍ପାତ ନଗରୀରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି।
ସକାଳ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ ଦେଇ ଟିସିଆ ଛକରେ ପହଞ୍ଚିଥିଲା । ଶହ ଶହ ଦର୍ଶକ ଓ ଖେଳପ୍ରେମୀ ଟ୍ରଫିକୁ ସ୍ଵାଗତ ଜଣାଇଥିଲେ। ବେଦବ୍ୟାସ ମନ୍ଦିରେ ବିଶ୍ୱକପ ଟ୍ରଫିର ପୂଜାର୍ଚ୍ଚନା ପରେ ସେଠାରୁ ଦଣ୍ଡିଆପାଲି, ପୁରୁଣା ବ୍ରାହ୍ମଣୀ ପୋଲ ଓ ଗାନ୍ଧି ଛକ ନିଆଯାଇଥିଲା । ରାଉରକେଲା ସହରର ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲିବା ପରେ ରାତି ୧୨ଟା ସୁଦ୍ଧା ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ ଟ୍ରଫି। ପ୍ରତ୍ୟେକ ସ୍ଥାନରେ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶ୍ୱକପ ଟ୍ରଫିକୁ ସ୍ବାଗତ କରାଯିବ ।

Share

Leave a Reply

Your email address will not be published. Required fields are marked *

7 + one =