କ୍ୟାପିଟାଲ ହସପିଟାଲରେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର() ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରେସମିଟ କରି ସ୍ପଷ୍ଟ କଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।କ୍ୟାପିଟାଲ ହସପିଟାଲରେ ଯୁବକଙ୍କ ଚିକିତ୍ସା ଚାଲିଛ । ଇଟାଲିରେ ଗବେଷଣା କରୁଥିଲେ ସଂପୃକ୍ତ ଯୁବକ । ଯେଉଁମାନଙ୍କ ସଂସ୍ପର୍ଶରେ ଏହି ଯୁବକ ଆସିଛନ୍ତି ସେମାନଙ୍କୁ ଖୋଜା ଜାରି ରହିଛି ବୋଲି କହିଛନ୍ତି ସୁବ୍ରତ । ଏହାସହ ଆକ୍ରାନ୍ତଙ୍କ ପରିଚୟ ଗୋପନ ରଖିବାକୁ ନିଦେ୍ର୍ଧଶ ରହିଛି ।

କିଛିଦିନ ପୂର୍ବରୁ ଇଟାଲିରୁ ଫେରିଥିଲେ ଯୁବକ । ସଂପୃକ୍ତ ଯୁବକ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସପିଟାଲ ଆସିିଥିଲେ । ଏବେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Share

Leave a Reply

Your email address will not be published. Required fields are marked *

one + nine =