ଲାଇଟ ଆଣ୍ଡ ସାଉଣ୍ଡରେ ଝଲସିବ ବିନ୍ଦୁସାଗର

ଭୁବନେଶ୍ବର () : ଚମକୁଛି ବିନ୍ଦୁ ସାଗର। ରଙ୍ଗୀନ ଆଲୋକ ସାଙ୍ଗକୁ ମ୍ୟୁଜିକର ଧୂନ ପଥଚାରୀଙ୍କୁ ଘଡିଏ ଅଟକାଇବା ପାଇଁ ବାଧ୍ୟ କରୁଛି। ରାଜଧାନୀ ଭୁବନେଶ୍ବରର ଗଙ୍ଗା କୁହାଯାଉଥିବା ବିନ୍ଦୁ ସାଗରରେ ଆରମ୍ଭ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ସୋ। ଆଗକୁ ବିଶ୍ଵ କପ ହକି ତା ସହିତ Make In Odisha Conclave. ଏହାକୁ ଦୄଷ୍ଟିରେ ରଖି ରାଜଧାନୀକୁ ସୁସଜ୍ଜିତ କରାଯାଉଛି। ଏହି କ୍ରମରେ ଧଉଳି ଶାନ୍ତି ସ୍ତୁପ ପରେ ବିନ୍ଦୁ ସାଗର ମଧ୍ୟ ବେଶ ଆଦୄତ ହେବ।

ବିନ୍ଦୁସାଗରର ସୌନ୍ଦର୍ଯକରଣ ପାଇଁ ୨୦୧୫-୨୦୧୬ରେ ପ୍ରକଳ୍ପ ଆରମ୍ଭ କରିଥିଲା ପର୍ଯଟନ ବିଭାଗ । ଏଥିପାଇଁ ଇଡକୋ ଜରିଆରେ ୭.୬୨ କୋଟି ଟଂକାର ବ୍ୟୟ ବରାଦ କରାଯାଇଥିଲା। ବିନ୍ଦୁସାଗର ସଫେଇ ସହ ଚାରି୍ପଟର ସୌନ୍ଦର୍ଯିକରଣ, ବସିବାର ସୁବିଧା ସୁଯୋଗ ସହ ବିଶେଷ ଆକର୍ଷଣ ଥିଲା ଲାଇଟ ଆଣ୍ଡ ସାଉଣ୍ଡର ଲେଜର ସୋ। ଦୁଇବର୍ଷ ମଧ୍ୟରେ କାମ ଶେଷ କରିବାକୁ ଧାର୍ଯ ରହିଥିବା ବେଳେ ଖୁବଶୀଘ୍ର ଉଦଘାଟନ ହେବ। ତେବେ ମନ୍ଦିର ମାଳିନି ଭୁବନେଶ୍ବରର ଶୋଭାମଣ୍ଡିତ କରିବା ସହ ମହାଦେବଙ୍କ ଜୀବନଗାଥା ଓ ଲିଂଗରାଜ ପୌରାଣିକ ଗାଥାକୁ ଏଠାରେ ପ୍ରଦର୍ଶିତ କରାଯିବ। ଲେଜର ସୋ ଜରିଆରେ ଏବଂ ସାଉଣ୍ଡ ମାଧ୍ୟମରେ ସ୍ବତନ୍ତ୍ର ଫିଲ୍ମ ଜରିଆରେ ଏସବୁର ମଜାଉ ଠାଇବେ ବୁଲି ଆସୁଥିବା ଦର୍ଷକ ଓ ପର୍ଯଟକ।

Share

Leave a Reply

Your email address will not be published. Required fields are marked *

five + twelve =