Friday, October 30, 2026
Latestରାଜ୍ୟ

ରେଳ ଲାଇନରେ ମାଟି ଅତଡା,ଅଟକିଲା ହୀରାଖଣ୍ଡ ଓ ରାଉରକେଲା ,ଏକ୍ସପ୍ରେସ

ନାରାୟଣପାଟଣା () ରେଳ ଲାଇନରେ ମାଟି ଅତଡା,ଅଟକିଲା ହୀରାଖଣ୍ଡ ଓ ରାଉରକେଲା ,ଏକ୍ସପ୍ରେସ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଏଥିରୁ ବାଦ ପଡ଼ିନି ମାଓପ୍ରବଣ କୋରାପୁଟ୍ ଜିଲ୍ଲା। ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମାଟି ଧସିବାରୁ ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ୍ ଅଧାରାସ୍ତାରେ ଅଟକି ରହିଛି।କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ୍ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଧସି ଟ୍ରେନ୍ ଲାଇନ୍ ଉପରେ ପଡ଼ିଛି। ମାଟିରେ ଟ୍ରାକ୍ ଗୁଡ଼ିକ ପୋତି ହୋଇଯାଇଥିବାରୁ ରାଉରକେଲା ଏକ୍ସପ୍ରେସ୍ କାକିରିଗୁମ୍ମା ଓ ହୀରାଖଣ୍ଡ ବାଇଗୁଡ଼ା ନିକଟରେ ଅଟକି ରହିଛି।ରେଳ ବିଭାଗ ସୂଚନା ପାଇ ପାଇ ଉଦ୍ଧାର କାର୍ୟ୍ୟ ଚଳାଇଛି। ବର୍ଷା ଲାଗି ରହିଥିବାରୁ କାମରେ ବିଳମ୍ବ. ହେଉଛି। ଆଜି ରାତି ସୁଦ୍ଧା ଉଦ୍ଧାରକାର୍ୟ୍ୟ ସରିବ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

one × 4 =