ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ଥ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ପୁରୀ ଗସ୍ତର କାର୍ୟ୍ୟସୂଚୀ ଚୂଡାନ୍ତ ହୋଇଛି । ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ଅପରାହ୍ନ ୨ଟା ୪୫ ମିନିଟରେ ଭୁବନେଶ୍ୱରରେ ପହଂଚିବେ । ଅପରାହ୍ନ ୩ଟା ୩୫ରେ ପୁରୀରେ ପହଂଚିବେ ରାଷ୍ଟ୍ରପତି । ଅପରାହ୍ନ ୫ଟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିରରେ ୪୫ ମିନିଟ ରହିବେ ରାଷ୍ଟ୍ରପତି । ପୁରୀରେ ରାତ୍ରି ଯାପନ କଲା ପରେ ୨୦ ତାରିଖରେ ସେ ଶ୍ରୀ ଚୈତନ୍ୟ ଗୌଡୀୟ ମଠ ଯିବେ । ଏହାପରେ ରାଷ୍ଟ୍ରପତି ଶରଧାବାଲିଲେ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବେ । ପରେ ସେ ଦିଲ୍ଲୀ ଫେରିଯିବେ ।

Share

Leave a Reply

Your email address will not be published. Required fields are marked *

2 × 5 =