ପଞ୍ଜଶୀର ଲଢ଼େଇରେ ୬୦୦ ତାଲିବାନୀ ନିହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନର ନଜର ଏବେ ପଞ୍ଜଶୀର ଉପରେ । ପଞ୍ଜଶୀରକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ତାଲିବାନ । ହେଲେ ୬୦୦ରୁ ଅଧିକ ତାଲିବାନୀ ଏହି ଯୁଦ୍ଧରେ ପ୍ରାଣ ହରାଇଥିବାର କଥା ସାମ୍ନାକୁ ଆସିଛି । ଏହା ସହ ଏକ ହଜାରରୁ ଅଧିକ ଲୋକ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଏନେଇ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖପାତ୍ର ଫହିମ ଦାଶ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଗୋଟିଏ ପଟେ ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟ ୬୦୦ରୁ ଅଧିକ ତାଲିବାନୀଙ୍କୁ ହତ୍ୟା କରିଥିବା ଦାବି କରୁଥିବାବେଳେ, ଅନ୍ୟପଟେ ତାଲିବାନ ପଞ୍ଜଶୀର ପ୍ରଦେଶର ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟିକୁ କବଜା କରିଥିବାର ଦାବି କରିଛି । ଅପରପକ୍ଷେ ରାସ୍ତାରେ ଲ୍ୟାଣ୍ଡମାଇନ ଯୋଗୁଁ ଯୁଦ୍ଧ ମନ୍ଥର ହୋଇଛି ବୋଲି ତାଲିବାନର ଜଣେ ନେତା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + four =