ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ  ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି ା ପ୍ରତିବଷର୍ ପରି ଚଳିତବଷର୍ ମଧଯ ରାଷ୍ଟ୍ରପତି ରାଜଭବନରୁ ବାତ୍ତର୍ା ପ୍ରଦାନ କରିଥିଲେ ା ଆସନ୍ତାକାଲି 72ତମ ସ୍ବାଧୀନତା ଦିବସ ନିମନ୍ତେ ଜନସାଧାରଣଙ୍କୁ ଶୁଭେଛ୍ଛା ବାତ୍ତର୍ା ଦେବା ସହ ତ୍ରୀରଙ୍ଗା ପତାକାକୁ ଅସ୍ମୀତାର ପ୍ରତୀକ ବୋଲି କହିଛନ୍ତି ା ଭାରତ ଅନେକ ଐତିହାସିକ ସଫଳତା ହାସଲ କରିବାର ଦ୍ୱାର ଦେଶରେ ଥିବାବେଳେ ଆମେ ବିଭିନ୍ନ ବିବାଦୀୟ ଓ ଅନାବଶ୍ୟକ ପ୍ରସଙ୍ଗରେ ଛନ୍ଦି ହୋଇ ଏହି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ା ଦେଶରେ ଏବେ ହିଂସାର ମାତ୍ରା ବଢିଚାଲିଥିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ହିଂସାର ଶକ୍ତି ଅପେକ୍ଷା ଅହିଂସାର ଶକ୍ତି ଢେର ଅଧିକ । ଏଣୁ ଆମେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରଦର୍ଶିତ ଅହିଂସା ପଥରେ ଚାଲିବା ଉଚିତ । ଏହା ଛଡା ସେ ନାରୀ ସ୍ୱାଧୀନତା ଓ ନିରାପତ୍ତା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହିଛନ୍ତି ଯେ ଦେଶ ଏବେ ଖୋଲା ମଳତ୍ୟାଗମୁକ୍ତ, ସମସ୍ତଙ୍କ ପାଇଁ ଘର, ସବୁ ଗାଁକୁ ବିଜୁଳି ଆଦି ସଫଳତା ହାସଲ କରିବାକୁ ଯାଉଛି । ସେ କହିଛନ୍ତି ଦେଶର ଯେଉଁସବୁ ନାଗରିକ ନିଜ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପନ୍ନ କରୁଛନ୍ତି ସେମାନେ ଦେଶ ଗଠନ ପାଇଁ ଯୋଗଦାନ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

3 + 20 =