ବଜ୍ରପାତ ନେଲା ଜିବନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  କରଣ୍ଡା ପଠାଣୀ ସାମନ୍ତ ଇଂଜିନିୟରିଂ କଲେଜରେ ବଜ୍ରପାତ କାରଣରୁ ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ା ବଜ୍ରପାତ କାରଣରୁ କଳ୍ପନା ନାୟକ ନାମକ ଜଣେ ସିଭିଲ୍‌ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସମେତ ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।ସେମାନଙ୍କୁ ସଙ୍ଗେ ସଙ୍ଗେ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ଘର ରାସୋଳ ଥାନା ବାହାଳ ଗାଁର ବୋଲି କଲେଜ ସୂତ୍ରରୁ ଜଣାପଡ଼ିଛି।ତେବେ ଅନ୍ୟ ୫ ଜଣ ଛାତ୍ରୀ ଏବେ ଖଜୁରିଆକଟା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Share

Leave a Reply

Your email address will not be published. Required fields are marked *

3 × three =