ରିଲିଜ ଅପେକ୍ଷାରେ ରାଜକୁମାର ଓ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ  ‘ସ୍ତ୍ରୀ’

ମୁମ୍ବାଇ: ରିଲିଜ ଅପେକ୍ଷାରେ ରାଜକୁମାର ଓ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ  ‘ସ୍ତ୍ରୀ’ । ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୂର  ନିଜର ନୂଆ ଫିଲ୍ମ ‘ସ୍ତ୍ରୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।  ବିଗତ ଦିନରେ  ଏହି ଫିଲ୍ମର ଟ୍ରେଲର ରିଲିଜ କରିବା ସହ ଫିଲ୍ମର ଦୁଇଟି ଗୀତ ରିଲିଜ କରିଥିଲେ । ଏହି କମେଡି ଫିଲ୍ମ ଜରିଆରେ ରାଜ କୁମାର ଏବଂ ଶ୍ରଦ୍ଧା ଏକାସାଙ୍ଗେ ପ୍ରଥମ ଥର ପରଦାରେ ନଜର ଆସିବେ ।ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଏବଂ ଅଭିଶେକ ବାନାର୍ଜୀ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଟ୍ରେଲର ଦେଖି ଅନୁମାନ ଲଗାଯାୁଛି ଯେ ରାଜକୁମାର ରାଓ ପୁଣି ଥରେ ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତିବେ ।

Share

Leave a Reply

Your email address will not be published. Required fields are marked *

thirteen + 10 =