ଛତିଶଗଡ଼ର ରାଜ୍ୟପାଳଙ୍କ ପରଲୋକ

ରାୟପୁର: ଛତିଶଗଡ଼ର ରାଜ୍ୟପାଳ ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ଆଜି ନିଧନ ଘଟିଛି ା ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍‌ରେ ତାଙ୍କର  ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ବିଆର୍‌ ଆମ୍ବେଦକର ମେମୋରିଆଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅପରାହ୍ଣ ସମୟରେ ଶ୍ରୀ ଟଣ୍ଡନ୍‌ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

4 × three =