ରତ୍ନଭଣ୍ଡାର ଚାବି ନିଖୋଜ ଘଟଣାର ତଦନ୍ତ ରିପୋର୍ଟ

ଭୁବନେଶ୍ବର () ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାସ କମିଶନ ଆଜି ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । 325 ପୃଷ୍ଠା ସମ୍ବଳିତ ରିପୋର୍ଟକୁ କମିଶନ ସରକାରଙ୍କୁ ଦେଇଛନ୍ତି । ଗତ ଜୁନ 4 ତାରିଖରେ ରାଜ୍ୟ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତି ସମୟରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ସରକାର ।

ତଦନ୍ତ ସମୟରେ କମିଶନଙ୍କ ନିକଟରେ 10ଟି ସତ୍ୟପାଠ ଦାଖଲ ହୋଇଥିଲା । ସେ ମଧ୍ୟରୁ କମିଶନ 5ଟି ସତ୍ୟପାଠ ଓ 2ଟି ସାକ୍ଷ୍ୟକୁ ଆଧାର କରି ନିଜ ରିପୋର୍ଟ ଚୁଡାନ୍ତ କରିଛନ୍ତି । ଡିସେମ୍ବର 7 ତାରିଖରେ କମିଶନଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତା ପୂର୍ବରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × 4 =