ବିଜେପି ସଂପର୍କରେ କଣ କହିଲେ ନରସିଂହ ଶୁଣନ୍ତୁ

ଭୁବନେଶ୍ବର () ବଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିକୁ ବାଏ ବାଏ କରିବା ଆଗାମୀ ଦିନରେ ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି । ଏ ସଂପର୍କରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସେ ଗତ ବିଧାନସଭା ଅଧିବେଶନ ସମୟରେ ହିଁ ସତର୍କ କରାଇଥିଲେ । ସେ କହିଥିଲେ ଯେ, ବିଜେପି କାଚ ଘରେ ରହି ଅନ୍ୟକୁ ଟେକା ମାରୁଥିଲେ । ବିଜେପିର ସେ କାଚ ଘର ଭାଙ୍ଗିଯାଇଛି । ରାଜ୍ୟରେ ସ୍ଥିତି ଯାହା, କେନ୍ଦ୍ରରେ ବି ସମାନ ସ୍ଥିତି, 2019ରେ ବିଜେପିର ପତନ ହେବ । ଦୁଇ ବରିଷ୍ଠ ନେତା ବିଜେପିର ହାତ ଛାଡିଛନ୍ତି, ଏହା ଦଳ ପାଇଁ ଶୁଭଙ୍କର ନୁହେଁ ।

ଇତିମଧ୍ୟରେ ଦିଲ୍ଲୀପ ରାୟଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିବା ସହ ଏ ସଂପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି । ଦିଲ୍ଲୀପଙ୍କ ଇସ୍ତଫା ପରେ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା 9କୁ ଖସି ଆସିଛି ।

Share

Leave a Reply

Your email address will not be published. Required fields are marked *

fifteen + eighteen =