ସଂସଦ ଘେରାଉରେ ସାମିଲ ହେବେ ନବୀନ

ଭୁବନେଶ୍ବର () ଆସନ୍ତା 8 ତାରିଖରେ ଦିଲ୍ଲୀରେ ବିଜେଡିର ସଂସଦ ଘେରାଉ ଅଭିଯାନରେ ସାମିଲ ହେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ଚାଷୀ ବିରୋଧୀ ଆଭିମୁଖ୍ୟ ଏବଂ ଏମଏସପି ବୃଦ୍ଧି ଦାବିରେ ବିଜେଡି ଜାତୀୟ ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶର କରିବ ।

ବିଜେଡି ସାଂସଦ ତଥା ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ ବିଜେଡି ସଭାପତି ଦଳର ନେତା ଓ କର୍ମୀ ଏବଂ ରାଜ୍ୟର ଚାଷୀମାନଙ୍କ ସହ ଜନ୍ତର ମନ୍ତରରେ ପ୍ରତିବାଦ ସଭା କରିବା ପରେ ସଂସଦ ଘେରାଉ କରିବେ । ବିଧାନସଭାରେ ପାରିତ ହୋଇଥିବା ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା କରିବା ସହ ଏମଏସ ସ୍ବାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବାକୁ ବିଜେଡି ଦାବି କରୁଛି । ତଦନୁଯାୟୀ ଚାଷୀ ଉତ୍ପାଦନ ମୂଲ୍ୟ ଉପରେ ହେଉଥିବା ଲାଭର 50 ପ୍ରତିଶତ ପାଇପାରିବେ ।

ଏହି ପ୍ରତିବାଦରେ ବିଜେଡିର ସବୁ ସାଂସଦ, ବିଧାୟକ, ଜିଲ୍ଲାପରିଷଦ ସଭ୍ୟଙ୍କ ସହ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର ଓ ଉପକୂଳ ଜିଲ୍ଲାରୁ ପ୍ରାୟ 5ହଜାର ଚାଷୀ ଯୋଗ ଦେବେ । ସେମାନେ ଏକ ସ୍ବତନ୍ତ୍ର ଟ୍ରେନରେ ଆସନ୍ତା 6 ତାରିଖରେ ଟ୍ରେନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

Share

Leave a Reply

Your email address will not be published. Required fields are marked *

twenty − 11 =