ଡ଼ିସେମ୍ବର ୩୧ରେ ବାହାହେବେ ଡ଼୍ରାମା କୁଇନ୍

ମିଡ଼ିଆରେ ସବୁବେଳେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାରେ ରହୁଥିବା ଡ଼୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ । କିନ୍ତୁ ଏବେ ଆଉ କିଛି ନୁହଁ ବରଂ ତାଙ୍କ ବିବାହ ଡ଼ିସେମ୍ବର ୩୧ତାରିଖରେ କହିବା ସହ ରହିଛନ୍ତି ଚର୍ଚ୍ଚରେ। ଆପଣ ଜାଣିଛନ୍ତି ରାକ୍ଷୀ କାହାକୁ ନିଜର ଜୀବନ ସାଥି ଭାବେ ବାଛିଛନ୍ତି ? ତେବେ ସେ ଆଉ କିଏ ନୁହଁ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟର ପ୍ରତିଯୋଗୀ ଏବଂ ଇଣ୍ଟରନେଟ୍ ସେନସେସନମ୍ ପାଲଟିଥିବା ଦିପକ କଲାଲ।
ଆଜ୍ଞା ହଁ , ଏହା ଆମେ କହୁ ନାହୁଁ ରାକ୍ଷୀ ଖୋଦ୍ ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ବିବାହର ନିମନ୍ତ୍ରଣ ପତ୍ର। ଏହି ନିମନ୍ତ୍ରଣରେ ଲେଖାଯାଇଛି, ୩୧ ଡ଼ିସେମ୍ବର ଲସଏଞ୍ଜର୍ଲ୍ସରେ ୫:୫ ସମୟରେ ରାକ୍ଷୀ ଏବଂ ଦିପକଙ୍କ ବିବାହ ଅନୁଷ୍ଠିତ ହେବ।
ତେବେ ଏହି ନିମନ୍ତ୍ରଣ ବିଷୟରେ ରାକ୍ଷୀଙ୍କୁ ପଚରାଯିବାରୁ ସେ କହିଛନ୍ତି, ହଁ ମୁଁ ଦିପକ କଲାଲଙ୍କ ସହ ଡ଼ିସେମ୍ବର ୩୧ , ୟୂଏସ୍ ରେ ବିବାହ କରିବାକୁ ଯାଉଛି। ସେ ସମସ୍ତ ବ୍ୟବସ୍ଥାର ଦାୟିତ୍ବ ନେଇଛନ୍ତି।
କାହିଁକି ଦିପକଙ୍କୁ ଜୀବନସାଥି ଭାବେ ପସନ୍ଦ କଲେ ତାହା ପଚାରାଯିବାରୁ ସେ କହିଛନ୍ତି, ସେ ଜଣେ ଭଲ ମଣିଷ ଏବଂ ମୋର ବହୁତ ଧ୍ୟାନ ରଖନ୍ତି। ଏବେ ସେମିତି ମଧ୍ୟ ସମସ୍ତେ ବିବାହ କରୁଛନ୍ତି ଏଣୁ ମୁଁ ମଧ୍ୟ ଏହାକୁ ସଠିକ୍ ସମୟ ଭାବି ଏହି ନିର୍ଣ୍ଣୟ ନେଇଛି। ଏବେ ସମୟ ଆସିଛି କି ମୁଁ ବାହା ହୋଇଯିବି ଏବଂ ଏହା ସତ କଥା । ମୁଁ ଆଶା କରେ ମୋର ଫ୍ୟାନ୍ସ ମତେ ଟିକେ ସିରିୟର୍ସ ନେବେ।
ଏହା ପୂର୍ବରୁ ମଧ୍ୟ ରାକ୍ଷୀ ଦୁଇଥର ବିବାହ ଭଳି ବଡ଼ ନିଷ୍ପତି ନେଇସାରିଛନ୍ତି। ଯାହାକୁ ପଛରେ ମନା କରିବା ସହ ସଂପର୍କ ଭାଙ୍ଗି ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × 1 =