ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡା ବିମାନବନ୍ଦର

ଭୁବନେଶ୍ୱର—କେନ୍ଦ୍ର ସରକାର ଝାରସୁଗୁଡା ବିମାନ ବନ୍ଦରକୁ ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ତଥା ଓଡିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଛନ୍ତି । ଏ ସମ୍ପର୍କୀୟ ସରକାରୀ ବିଗ୍ୟପ୍ତି ପ୍ରକାଶ ପାଇବା ନେଇ କେନ୍ଦ୍ର ବେସାମରୀକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ ଯୋଗେ ଜଣାଇଛନ୍ତି । ଏହି ଖବର ଜଣାପଡିବା ପରେ ଝାରସୁଗୁଡା ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଆନନ୍ଦ ଖେଳିଯାଇଛି । ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ ଅବଶରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହାର ଉଦ୍ଘାଟନ ଉସô୍ବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ ଓରାମ ପ୍ରମୁଖ ସ୍ୱାଗତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − seven =