ବାଣ ଭିଡିବା ହେଲା କାଳ :୨ ମୃତ

ଭୁବନେଶ୍ୱର –ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ନୂଆସାହୀରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୨ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ନୂଆସାହୀର ଗ୍ୟାନରଂଜନ ମିଶ୍ର ଓ ତାଙ୍କ ପତ୍ନୀ ଝୁନି ମିଶ୍ର ତାଙ୍କ ତିନିମହଲା କୋଠା ଘରେ ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ପୋରଣ ଘଟି ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଭୟଙ୍କର ଶବ୍ଦ ସହ ଘରଟି ସମ୍ପୁର୍ଣୃୂ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଏହି ବିସ୍ପୋରଣରେ ସ୍ୱାମୀ ସ୍ତ୍ରୀଙ୍କ ଶରୀର ବିଭିନ୍ନ ସ୍ଥାନରେ ଖଣ୍ଡଖଣ୍ଡ ହୋଇ ବିକ୍ଷିପ୍ତ ହୋଇ ପଡିଥିଲା । ଘରର ଆସବାବପତ୍ର ଏବଂ ମୃତ ଦେହର ଖଣ୍ଡବିଖଣ୍ଡିତ ଅଂଶ ଘଟଣା ସ୍ଥଳରୁ ୧୦୦ମିଟର ଦୁରକୁ ଛିଟିକି ପଡିଥିଲା ସେମାନେ ବଂଶାନୁକ୍ରମିକ ଭାବେ ବର୍ଷବର୍ଷ ଧରି ବାଣ ତିଆରି କରିଆସୁଥିଲେ ଏବଂ ତାହା ପୁଣି ବିନା ଲାଇସେନ୍ସରେ । ଗତ ୨୦ବର୍ଷ ତଳେ ମୃତକଙ୍କ ପରିବାରରୁ ଏହିଭଳି ଜଣେ ସଦସ୍ୟଙ୍କର ବାଣ ବିସ୍ପୋରଣରେ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକ ଗ୍ୟାନରଂଜନ ମିଶ୍ରଙ୍କ ବୟସ ୪୦ ବର୍ଷ ଏବଂ ତାଙ୍କ ପତ୍ନୀଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

three − one =